ସୁବର୍ଣ୍ଣେଶ୍ୱର ମହାଦେବ କମିଟିକୁ ମିଳିଲା ‘ବ୍ୟାସ ପୀଠ’ ସମ୍ମାନ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଆଗରପଡା ଅଞ୍ଚଳର ଶ୍ରୀ ଶ୍ରୀ ସୁବର୍ଣ୍ଣେଶ୍ୱର ମହାଦେବଙ୍କ ପୀଠରେ ଦୀର୍ଘ ବର୍ଷ ଧରି ପାଳନ ହେଉଥିବା ରାମ ଚରିତ ମାନସ ପାରାୟଣ ଓ ପ୍ରବଚନ ତ୍ରିସାଲିଆ ଓ ରାଉତରାପୁର ଗ୍ରାମବାସୀଙ୍କ ଦ୍ୱାରା ପରିଚାଳିତ ଅନୁଷ୍ଠାନକୁ ‘ବ୍ୟାସ ପୀଠ ସମ୍ମାନ ୨୦୨୫’ରେ ସମ୍ମାନୀତ କରାଯାଇଛି । ଭୁବନେଶ୍ୱର ଖଣ୍ଡଗିରିସ୍ଥିତ ତପୋବନ ଶ୍ରୀ ଅଭିରାମ ଶାନ୍ତି ଆନନ୍ଦ ଆଶ୍ରମ ଠାରେ ନିଖିଳ ଉତ୍କଳ ପ୍ରବକ୍ତା ପରିଷଦ ଓଡିଶା ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ପ୍ରବକ୍ତା ସମାରୋହ ଅମୃତ ବର୍ଷଣ ମହୋତ୍ସବରେ ଏହି ସୁବର୍ଣ୍ଣେଶ୍ୱର ମହାଦେବ କମିଟିକୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହି ଉତ୍ସବରେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବହୁ ସାଧୁ ଓ ପ୍ରବକ୍ତା ମାନେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଧୃବ ଚରଣ ମହାନ୍ତି ଏବଂ ସମ୍ପାଦକ ପଦ୍ମନାଭ ଶଂଖୁଆ, ସଭ୍ୟ ରଞ୍ଜନ କୁମାର ପାଣିଗ୍ରାହୀ, ଅଶୋକ ପରିଡା,ଗଗନ ବିହାରୀ ସାହୁ, ବିଶ୍ୱନାଥ ସାହୁ, ସନ୍ତୋଷ କୁମାର ସାହୁ, ଇଂ.ନଗେନ ବାରିକ, ପ୍ରସନ୍ନ ବାରିକ ଯୋଗ ଦେଇଥିଲେ ।


