ହଷ୍ଟେଲ କୋଠା ନିର୍ମାଣ କାର୍ଯ୍ୟ ନିମ୍ନମାନର :ଭିଜିଲାନ୍ସ ତଦନ୍ତ ଦାବି

 ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସଦରମହକୁମା ଠାରେ ପାରଳାଖେମୁଣ୍ଡି ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ ) ପକ୍ଷରୁ ଶହେଶଯ୍ୟା ବିଶିଷ୍ଟ କସ୍ତୁରବା ଗାନ୍ଧୀ ବାଳିକା ଛାତ୍ରୀବାସ କୋଠା ନିର୍ମାଣ ଚାଲିଛି| ତେବେ ଏହି କୋଠା ନିର୍ମାଣରେ ନିମ୍ନମାନର ସାମଗ୍ରୀ ବ୍ୟବହାର ହେଉଥିବା ଅଭିଯୋଗ ହୋଇଛି। ଯଦ୍ୱାରା କୋଠାର ସ୍ଥାୟୀତ୍ବ ନେଇ ଅଞ୍ଚଳବାସୀ ସନ୍ଦେହ ପ୍ରକାଶ କରି ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି. ପ୍ରକଳ୍ପ ନିର୍ମାଣ ପାଇଁ ୧ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ଟେଣ୍ଡର ପାଇଥିବା ଠିକାଦାରଙ୍କ ବଦଳରେ ଆଉ ଜଣେ ଠିକାଦାର ଏହାର ନିର୍ମାଣ କାର୍ଯ୍ୟ ଚଳାଇଛନ୍ତି। କୋଠା ନିର୍ମାଣରେ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କ ତଦାରଖ ଅଭାବରୁ ନିମ୍ନମାନର ସିମେଣ୍ଟ ଓ ଛଡ଼ ବ୍ୟବହାର ହେଉଥିବା ଅଭିଯୋଗ ହୋଇଛି. ଏଭଳି ନିମ୍ମମାନର କାର୍ଯ୍ୟ ଓ ଶସ୍ତା ଏବଂ ନିମ୍ନମାନର ସିମେଣ୍ଟ ଓ ଛଡକୁ ବ୍ୟବହାର କରାଯିବା ନେଇ ମଧ୍ୟ କୋଠାର ସ୍ଥାୟିତ୍ଵ ନେଇ ସନ୍ଦେହ ପ୍ରକାଶ ପାଇଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରି କୋଠା ନିର୍ମାଣ କାର୍ଯ୍ୟର ଭିଜିଲାନ୍ସ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି.  ଘଟଣା ନେଇ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡା ଆଇଟିଡିଏ ସହକାରୀ ଯନ୍ତ୍ରୀ ରୋହିତ ବେହେରାଙ୍କୁ ପଚାରିବାରୁ ଯେଉଁ ସିମେଣ୍ଟ ଓ ଛଡ଼ ବ୍ୟବହାର କରାଯାଉଛି ତାହା ଉଚିତମାନର ବୋଲି କହିବା ସହ ଏଭଳି କୌଣସି ନିମ୍ନମାନର କାର୍ଯ୍ୟ ଏହି କୋଠା ନିର୍ମାଣରେ ହେଉନାହିଁ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ