ଅପରେସନ୍‍ ସିନ୍ଦୂରର ସଫଳତା : ସେନାଙ୍କ ମନୋବଳ ବୃଦ୍ଧି ପାଇଁ ତ୍ରିରଙ୍ଗା ଶୋଭାଯାତ୍ରା

ଆସିକା (ୱାଇଏନ୍‍ଏସ୍‍) ଭାରତୀୟ ସେନାର ଶୌର୍ଯ୍ୟ ଓ ପରାକ୍ରମ ପାଇଁ ଆଜି ଦେଶବାସୀ ଗର୍ବିତ । ଭାରତର ସାର୍ବଭୌମତ୍ୱ ଓ ଭାରତୀୟମାନଙ୍କ ସୁରକ୍ଷା ପାଇଁ ସେନାବାହିନୀର ଦେଶଭକ୍ତି ଓ ବୀରତ୍ୱକୁ ସମ୍ମାନ ଜଣାଇ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ଜିଲ୍ଲା ପ୍ରଶାସନର ପରାମର୍ଶକ୍ରମେ ଗୁରବାର ଆସିକାରେ ଏକ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆସିକା ବିଜ୍ଞାପିତ ଅଞ୍ଚଳର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେଶ୍‍ କୁମାର ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି ତ୍ରିରଙ୍ଗା ଶୋଭାଯାତ୍ରା ଓ ବାଇକ୍‍ ର‌୍ୟାଲିରେ ଥାନା ଅଧିକାରୀ କୁଳମଣି ସେଠୀ, ତହସିଲଦାର ସଙ୍ଗୀତା ସେଣଙ୍କ ସମେତ ବିଭିନ୍ନ ବିଭାଗର ବହୁ ପଦାଧିକାରୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଅପରେସନ୍‍ ସିନ୍ଦୂରର ସଫଳତା ପରେ ଭାରତୀୟ ସୈନିକମାନଙ୍କ ପଦକ୍ଷେପକୁ ଉତ୍ସାହିତ କରିବା ପାଇଁ ଅନୁଷ୍ଠିତ ବାଇକ୍‍ ର‌୍ୟାଲି ଓ ତ୍ରିରଙ୍ଗା ଶୋଭାଯାତ୍ରା ସ୍ଥାନୀୟ ଏନ୍‍ଏସି କାର୍ଯ୍ୟାଳୟ ନିକଟରୁ ବାହାରି ଖମ୍ବେଶ୍ୱରୀପାଟଣା, ବାଣିବିହାର ମୁଖ୍ୟରାସ୍ତା, ବିଜୁ ପଟ୍ଟନାୟକ ଛକ, କଳିଙ୍ଗରୋଡ, ଲକ୍ଷ୍ମୀବଜାର, ବିନାୟକବଜାର, ଅଶୋକ ସିନେମା ରୋଡ, ନିରଞ୍ଜନନଗର, ବଜାର ସାହି ଇତ୍ୟାଦି ଅଞ୍ଚଳ ପରିକ୍ରମା କରିଥିଲା ବେଳେ ଭାରତ ମାତା କୀ ଜୟ ଓ ବନ୍ଦେ ମାତରମ୍‍ ଧ୍ୱନୀରେ ରାଜରାସ୍ତା ପ୍ରକମ୍ପିତ ହୋଇପଡିଥିଲା । ମାଆ ମାନଙ୍କ ସିନ୍ଦୁରର ମର୍ଯ୍ୟାଦା ଓ ସଂକଳ୍ପ ରକ୍ଷା କରିଥିବା ଦେଶର ସ୍ଥଳ, ଜଳ ଓ ଆକାଶ ବାହିନୀର ବୀର ଯବାନ୍‍ ମାନଙ୍କ ସାହାସିକ ଓ ବୀରତ୍ୱ ପଦକ୍ଷେପକୁ ପ୍ରଣାମ ଓ ସମ୍ମାନ ଜଣାଇବା ସାଙ୍ଗକୁ ସେମାନଙ୍କୁ ଉତ୍ସାହିତ କରିବା ଲାଗି ଆସିକା ଏନ୍‍ଏସି ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବେଳେ କାଉନସିଲର ସରୋଜ କୁମାର ଭଂଜ, ଏନ୍‍ଏସି କର୍ମଚାରୀ ମାନସୀ ରାଣୀ ସାହୁ, ଅଜିତ୍‍ କୁମାର ପଟ୍ଟନାୟକ, ହରଜିତ୍‍ ସାଠୁଆ, ଇଂ ଲକ୍ଷ୍ମୀ ସିଂ, କିଶୋର ଚନ୍ଦ୍ର ପାଣିଗ୍ରାହୀ, ରାଜେନ୍ଦ୍ର କୁମାର ମିଶ୍ର, ସୁମନ୍ତ କୁମାର ସେନାପତି, ସୁଚିସ୍ମିତା ତ୍ରିପାଠୀ, ଭଗବାନ ସାହୁ, ଜଗନ୍ନାଥ ବେହେରା, ଜଗନ୍ନାଥ ବାଡତ୍ୟା, ଜୟରାମ ଦୋରା, ସିମାଞ୍ଚଳ ମିଶ୍ରଙ୍କ ସମେତ ବହୁ କାଉନସିଲର୍‍, ସଚେତନ ନାଗରିକ, ସହରବାସୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ