ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରଙ୍କ ସଫଳତା
ହାଟଡିହି(ବିକାଶ ବିଶ୍ବାଳ): ହାଟଡିହି ବ୍ଲକ ନିଉଦାନି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ଛାତ୍ର ସତ୍ୟ ସୁନ୍ଦର ବଳ ଶିକ୍ଷା ବିକାଶ ସମିତି ଓଡ଼ିଶା ଆନୁକଲ୍ୟରେ ଶ୍ରୀ ଭାରତି କୃଷ୍ଣ ଗଣିତ ପ୍ରତିଭା ପରିକ୍ଷାରେ ରାଜ୍ୟ ସ୍ତରରେ ଦଶମ ସ୍ଥାନରେ ରହି ସଫଳତା ଅର୍ଜନ କରିଛନ୍ତି। ଶିକ୍ଷା ବିକାଶ ସମତି ଓଡ଼ିଶା ଆନୁକୂଲ୍ୟରେ ଆନନ୍ଦପୁର ସଙ୍କୁଳ ସ୍ତରରେ ଶ୍ରୀ ଭାରତୀ କୃଷ୍ଣ ଗଣିତ ପ୍ରତିଭା ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହା କୁ ନେଇ ପରିଚାଳନା କମିଟି କର୍ମକର୍ତ୍ତା ଓ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଓ ଗୁରୁଜି ଗୁରୁମା ମାନେ ତାଙ୍କୁ ପୁଷ୍ପଗୁଛ ଦେଇ ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ଭବିଷ୍ୟତ ଉତ୍କଳମୟ ହେଉ ବୋଲି କାମନା କରିଥିଲେ।