ଗ୍ରୀଷ୍ମକାଳୀନ କ୍ରିକେଟ ପ୍ରଶିକ୍ଷଣ ଶିବିର

ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଇଷ୍ଟକୋଷ୍ଟ ରେଲୱେ ଖେଳ ପଡିଆ ଠାରେ ଗତ ସୋମବାର ଠାରୁ ଆରମ୍ଭ ହୋଇଥିବା ଗ୍ରୀଷ୍ମକାଳୀନ କ୍ରିକେଟ ପ୍ରଶିକ୍ଷଣ ଶିବିର ବୁଧବାର ୩ୟ ଦିନରେ ପହଞ୍ôଚଛି । ଜିଲା କ୍ରିକେଟ ଆସୋସିଏସନ ଓ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଓଡିଶା କ୍ରିକେଟ ଆସୋସିଏସନ ତାଲିମଦାତାଙ୍କ ତତ୍ତ୍ୱାବଧାନରେ ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଉଛି । ଏଥିରେ ଓଡିଶା କ୍ରିକେଟ ଏକାଡେମୀର ନିର୍ଦ୍ଦେଶକ ଭି.ଭେଙ୍କଟରାମ, ପୂର୍ବତନ ଭାରତ-ଏ ଖ୍ୟାତି ସମ୍ପନ୍ନ କ୍ରିକେଟର ସଞ୍ଜୟ ଶତପଥୀ, ପୂର୍ବତନ ଓଡିଶା ରଣଜୀ କ୍ରିକେଟର ଦେବଦତ୍ତ ଲେଙ୍କା, ଟିମ୍ ଓଡିଶାର କୋଚ୍ କେ.ଭି. ପ୍ରସାଦ, ଓସିଏ ସଂଯୋଜକ ଅଭିଳାଷ ହରି ଚନ୍ଦନ ପ୍ରଶିକ୍ଷଣ ଦାୟୀତ୍ୱ ତୁଲାଉଛନ୍ତି । ଜିଲାର ୩ ପ୍ରମୁଖ ପ୍ରଶିକ୍ଷକ ଚନ୍ଦନ ନାୟକ, ଅସିତ୍ ଦାସ ଓ ରାଜେଶ ନାୟକ ସହଯୋଗୀ ପ୍ରଶିକ୍ଷକ ଭାବେ ଦାୟୀତ୍ୱ ତୁଲାଉଛନ୍ତି । ଏହି ଶିବିରରେ ଜିଲାର ବନ୍ତ, ଭଣ୍ଡାରିପୋଖରୀ, ଧାମନଗର, ତିହିଡି, ଚାନ୍ଦବାଲି, ବାସୁଦେବପୁର ଓ ଭଦ୍ରକ ବ୍ଲକରୁ ୧୨ ଓ ୧୫ ବର୍ଷରୁ କମ୍ ବର୍ଗର ୧୦୭ ଜଣ ପ୍ରଶିକ୍ଷାର୍ଥୀ ଭାଗ ନେଇଛନ୍ତି । ଏହି ଶିବିର ୮ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ