ଆଞ୍ଚଳିକ ସାଧନକେନ୍ଦ୍ର ଶାଳଣିଆଁରେ ସୁରଭି ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ

ହାଟଡ଼ିହି, (ଓ୍ବାଇଏନଏସ):  ଆଞ୍ଚଳିକ ସାଧନ କେନ୍ଦ୍ର ଶାଳଣିଆଁ ତରଫରୁ ସୁରଭି ୨୦୨୫ କାର୍ଯ୍ୟକ୍ରମ ସ୍ଥାନୀୟ ରଘୁନାଥପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶାଳଣିଆଁ ଠାରେ ଅନୁଷ୍ଠିତ ହୋଇ ଯାଇଅଛି। ସର୍ବ ପ୍ରଥମେ ସାଧନକେନ୍ଦ୍ର ଅଧୂନସୁ ସମସ୍ତ ବିଦ୍ୟାଳୟରୁ ଆସିଥିବା ପ୍ରାୟ ଶହେଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା ଯଥା- ଚିତ୍ରାଙ୍କନ, କୁଇଜ,ଭାଷଣ, ଲିଖନ, ସଙ୍ଗୀତ ଇତ୍ୟାଦି କରାଯାଇଥିଲା। ସଂଯୋଜକ ଯତୀବ୍ରତ ସ୍ବାଇଁଙ୍କ ଆବହକତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଶିକ୍ଷକ ଶ୍ରୀ ମଣ୍ଟୁ ଯେନା ସଂଯୋଜନା କରିଥିଲେ। ମୁଖ୍ୟ ଅତିଥି  ଭାବେ ବି.ଇ.ଓ.  ରାଜୀବ ଦଳେଇ , ସମ୍ମାନୀତ ଅଥୂତି ଭାବେ ପ୍ରଧାନଶିକ୍ଷକ  କୋଦଣ୍ଡ ଧର ମହାନ୍ତି,  ଦୀନବନ୍ଧୁ ପଢିଆରୀ, ଶ୍ରୀ ପ୍ରଦୀପ କୁମାର ନାୟକ, ଶ୍ରୀ ବିରଞ୍ଚି ନାରାୟଣ ମହାପାତ୍ର ଓ ଏସ.ଏମ.ସି. ସଭାପତି ଶ୍ରୀ ପ୍ରଶାନ୍ତ କୁମାର ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।   ଶେଷରେ ସମସ୍ତ କୃତି ପ୍ରତିଭା ମାନଙ୍କୁ ପ୍ରମାଣପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ଶିକ୍ଷକ ଶ୍ରୀ ପ୍ରକାଶ କୁମାର ଦାସ, ନମିତା ଦାସ, ପ୍ରଦୀପ ଘୋଷ, ଶ୍ରଦ୍ଧାମାୟୀ ଖିଲର , ବାଣୀବନ୍ଦନା ପଟ୍ଟନାୟକ, ବ୍ରଜ ସ୍ବାଇଁ, ସୁଦୀପ୍ତ ଜେନା, କୃଷ୍ଣ ରାଉତ, ମନୋସିନୀ ବାରିକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ପ୍ରୟାଙ୍କା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ