ତରାଗୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ସୁରଭି କାର୍ଯ୍ୟକ୍ରମ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ତରାଗୋ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପି.ଏସ ଏରେଣ୍ଡେଇ ସାଧନ କେନ୍ଦ୍ର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଆରସିସି ସନ୍ତୋଷ କୁମାର ମଲ୍ଲିକଙ୍କ ତତ୍ତ୍ୱାବଧାନ ତଥା ପ୍ରଧାନ ଶିକ୍ଷକ ବ୍ରଜ କିଶୋର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ପୁରସ୍କୃତ ଅବସରପ୍ରାପ୍ତ ଶିକ୍ଷକ ଭାସ୍କର ଚନ୍ଦ୍ର ପାଢୀ, ସମାଜସେବୀ ଡା.ପ୍ରଶାନ୍ତ କୁମାର ଖଟୁଆ, ସୁନାଗଢିଆ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧର୍ମେନ୍ଦ୍ର ନାରାୟଣ ଜେନା, ତରାଗୋ ସଂଯୁକ୍ତ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ହେମଲତା ବେହେରା ଅତିଥି ଭାବେ ଯୋଗ ଦେଇଥିଲେ । ଶିକ୍ଷୟିତ୍ରୀ ମନୋରମା ଖିଲାର ଅତିଥି ପରିଚୟ, ଶିକ୍ଷକ କୋଦଣ୍ଡଧର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ୧୦ ବିଦ୍ୟାଳୟର ଶହେରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବା ସହ ପ୍ରତି ବିଭାଗର ୧ମ ସ୍ଥାନ ଅଧିକାରୀ କୃତୀ ପ୍ରତିଯୋଗୀଙ୍କୁ ବ୍ଲକ ସ୍ତରକୁ ମନୋନୀତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଉର୍ମିଳା ଜେନା, ନିର୍ମଳ ବାରିକ, ଦେବବ୍ରତ ପଣ୍ଡା, ଉମାକାନ୍ତ ସାହୁ, ମନୋରଞ୍ଜନ ଦାସ, ରାଜେନ୍ଦ୍ର ବେହେରା, ସାଗର ରାଉଳ, ଜଗନ୍ନାଥ ସେଠୀ, ଚିନ୍ମୟୀ ପଣ୍ଡା, ନିବେଦିତା ମହାପାତ୍ର, ଲିଲିମା ପଢିଆରୀ, ସ୍ୱସ୍ତିକ୍ରିଷ୍ଣା ନାୟକ, ଭରତ ପ୍ରଧାନ, ରାଜେଶ ଦତ୍ତ, ବିଶ୍ୱନାଥ ବାରିକ, ପରିଚାଳନା କମିଟିର ସଭାପତି ବେଣୁଧର ଦତ୍ତଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କମିଟିର ସଭ୍ୟସଭ୍ୟା ଓ କର୍ମଚାରୀ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ