କୋର୍ଟରେ ଆତ୍ମସମର୍ପଣ କଲେ ନିଲମ୍ବିତ ଥାନା ଅଧିକାରୀ ରାଜେଶ ବଳିଆର ସିଂ
କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ):-ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନାର କାର୍ଯ୍ୟରତ ତତ୍କାଳୀନ ଥାନା ଅଧିକାରୀ ରାଜେଶ ବଳିୟାର ସିଂ ଏକ ଘଟଣା ରେ ଫେରାର ଥିଲେ।କୋରାପୁଟ ସ୍ଥିତ ଜୟପୁର ଜିଲ୍ଲା କୋର୍ଟରେ ଆତ୍ମସମର୍ପଣ କଲେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନାର ନିଲମ୍ବିତ ଥାନା ଅଧିକାରୀ ରାଜେଶ ବଳିଆର ସିଂ । ଚୋରା ଗଞ୍ଜେଇ କାରବାରରେ ସାମିଲ ଥିବା ଅଭିଯୁକ୍ତଙ୍କ ସହ ଲିଙ୍କ୍ ଘଟଣାରେ ଜେରା ବେଳେ ପୁଲିସକୁ ଚକମା ଦେଇ ଖସି ଯାଇଥିଲେ। ଗତବର୍ଷ ଅଗଷ୍ଟ ୧୬ ତାରିଖରୁ ଫେରାର ଥିଲେ। ସାତ ମାସ ପରେ ଆତ୍ମସମର୍ପଣ କରିଛନ୍ତି।ସୂଚନା ଅନୁଯାୟୀ, ନିଲମ୍ବିତ ପୂର୍ବତନ ଇନ୍ସପେକ୍ଟର ରାଜେଶ ୨୦୨୧ରେ କୋରାପୁଟ ଜିଲ୍ଲା ଜୟପୁର ଟାଉନ୍ ଥାନାରେ ଥିଲେ । ସେତେବେଳେ ଜଣେ କୁଖ୍ୟାତ ଗଞ୍ଜେଇ ମାଫିଆଙ୍କ ସହ ଲିଙ୍କ ଥିଲା । ଉକ୍ତ ମାଫିଆଙ୍କ କଥାରେ ଏହି ଦୁଇ ଜଣ ପୁଲିସ୍ ବାବୁ ଅନ୍ୟ ଗଞ୍ଜେଇ ବେପାରୀଙ୍କୁ ଧରୁଥିଲେ। ଏହି ସମୟରେ ଜଣେ ଗଞ୍ଜେଇ ବେପାରୀର ପୁଲିସ୍ ହେପାଜତ(ଥାନା ବାହାରେ) ମୃତ୍ୟୁ ହୋଇଥିଲା । ତେବେ ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ କରି କିଛି ଟେର ପାଇ ନଥିଲା । ଏହି ସମୟରେ ମାମଲା କ୍ରାଇମ୍ ବ୍ରାଞ୍ଚ କୁ(ସିଆଇଡିସିବି୧୭/୨୦୨୧) ଯାଇଥିଲା । ଏହା ପରେ ଦୁଇ ଜଣ ବାବୁ କୋରାପୁଟ ରୁ ବଦଳି ହୋଇ ହୋଇ ପୁରୀ ପଳାଇ ଆସିଥିଲେ । ଦୀର୍ଘ ଦିନ ତଦନ୍ତ ପରେ କ୍ରାଇମ୍ ବ୍ରାଞ୍ଚ ଗଞ୍ଜେଇ ମାଫିଆଙ୍କ ଲିଙ୍କ୍ ପାଇଥିଲା । ଉକ୍ତ ମାଫିଆଙ୍କଠାରୁ ଇନ୍ସପେକ୍ଟର ରାଜେଶ ଓ ଏଏସ୍ଆଇ କୃଷ୍ଣଚନ୍ଦ୍ରଙ୍କୁ ଧରିବାକୁ ଯୋଜନା କରିଥିଲା । କ୍ୟାପିଟାଲ ଥାନାରେ ପଚରାଉଚରା ବେଳର ପରିସ୍ରା ବାହାନାରେ ରାଜେଶ ପୁଲିସ୍କୁ ଚକମା ଦେଇ ଫେରାର ହୋଇ ଯାଇଥିଲା।ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜେଶ ବଳିଆରସିଂହ ଜୟପୁର କୋର୍ଟରେ ଆତ୍ମସମର୍ପଣ କରିଥିଲେ। ଆତ୍ମସମର୍ପଣ କରିବା ପରେ ତାଙ୍କୁ ଜାମିନ ମିଳିଛି। ୫୦ ହଜାର ଟଙ୍କା ସିକ୍ୟୁରିଟୀ ଓ ବିଭିନ୍ନ ସର୍ତ୍ତ ଲଗାଇ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି।


