ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ିି ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମର ଏନ୍.ସୁଷମା ରେଡ୍ଡୀ(୧୮) ଙ୍କ ମୃତଦେହ କୁ ମଙ୍ଗଳବାର ସକାଳେ ପୁଲିସ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରୁ ଜବତ କରିଥଲେ।ଥାନା ଅପମୃତ୍ୟୁ ମାମଲା ନଂ.୧୬/୨୫ ଅନୁଯାୟୀ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ସୁଷମା ଙ୍କ ବାପା ମା ଭୁବନେଶ୍ଵରରେ ରହି ଦିନ ମଜୁରିଆ କାମ କରୁଛନ୍ତି।ଘରେ ସୁଷମା ଏବଂ ତାଙ୍କ ଦିବ୍ୟାଙ୍ଗ ଭାଇ ଏନ୍. ସାକିଲି ରେଡ୍ଡୀ ରହନ୍ତି। ସୋମବାର ବିଳମ୍ବିତ ରାତିରେ ସୁଷମା ଘରେ ଆକସ୍ମିକ ଅସୁସ୍ଥ ହୋଇପଡ଼ିଥିଲେ। ସାହି ପଡୋଶୀ ତାଙ୍କୁ ଚିକିତ୍ସା ନିମନ୍ତେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ପୁଲିସ କୁ ଜଣାଇଥିଲେ।ସକାଳେ ବାସୁଦେବପୁର ଗାଁରେ ରହୁଥିବା ତାଙ୍କ ସମ୍ପର୍କୀୟ ସିମାଞ୍ଚଳ ରେଡ୍ଡୀ ଥାନାରେ ଏତଲା ଦେଇଥିଲେ। କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ସୁଷମା କୌଣସି କୀଟନାଶକ ଖାଇ ଦେଇଥିବାରୁ ତାଙ୍କ ମୃତ୍ୟୁ ଘଟିଥିବା ଏତଲାରେ ଉଲ୍ଲେଖ ରହିଛି।