ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ପକ୍ଷରୁ ଉଦବୋଧନୀ କାର୍ଯ୍ୟକ୍ରମ

 ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ, ଶାଖା ତରଫରୁ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାଶିତ ମହାବିଦ୍ୟାଳୟରେ ଉଦବୋଧନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ  ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜ ଲକ୍ଷ୍ୟ ହାସଲ କରିବା ସହ ଦେଶ ପାଇଁ କାର୍ଯ୍ୟକରିବାକୁ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପ୍ରବର୍ତ୍ତାଇ ଥିଲେ | ଏହି କାର୍ଯ୍ୟକ୍ରମଟିକୁ ଲୋକ ସଂସଦର ଉଦ୍ବୋଧନୀ ପରିଷଦର ଜିଲ୍ଳାଧ୍ୟକ୍ଷ ଡ଼ ବିପ୍ଳବ ରଞ୍ଜନ ପ୍ରଧାନ, ଓଡ଼ିଆ ବିଭାଗୀୟ ମୁଖ୍ୟଙ୍କ ସଂଯୋଜନାରେ ଉପାନ୍ତପ୍ରହରୀ ପୂର୍ଣଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ପ୍ରଫେସର ରାଧାକାନ୍ତ ଭୁଂୟା ଓ ମୁଖ୍ୟବକ୍ତା ଭାବେ ଡ଼ ଜିତେନ୍ଦ୍ରନାଥ ପଟନାୟକ ଉପସ୍ଥିତ ରହି ଯୁବ ସମାଜଙ୍କୁ ଉଦ୍ବୋଧିତ କରିଥିଲେ | ଅତିଥି ବୃନ୍ଦ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଗୁରୁଭକ୍ତି,ଦେଶଭକ୍ତି,ଧର୍ମମାର୍ଗ ଓ ଉଚିତ କର୍ମମାର୍ଗରେ ଯାଇ ସମାଜରେ ପ୍ରତିଷ୍ଠିତ ହେବାପାଇଁ ପ୍ରେରଣା ଦେଇଥିଲେ | ଶ୍ରୀ ଅର୍ଜୁନ ଜେନା, ଅତିଥି ଅଧ୍ୟାପକ ପ୍ରାରମ୍ଭିକ ସୂଚନା ଦେଇଥିବାବେଳେ ସୁଶ୍ରୀ ଶ୍ୱେତା ପଟନାୟକ,ଅତିଥି ଅଧ୍ୟପିକା ଧନ୍ୟବାଦ ଅର୍ପଣ କରିଥଲେ | ଛାତ୍ରୀ ସ୍ନେହା ବେହେରା ସ୍ୱଦେଶବାଣୀ ପଠନ କରିଥିବାବେଳେ ଅନ୍ୟ ଜଣକ ଛାତ୍ରୀ ରାଜେଶ୍ୱରୀ ସ୍ୱାଇଁ ଓ ଅନ୍ୟମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ | ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହିଥିବା ବେଳେ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ, ଗଜପତି ଓ ରାଜ୍ୟ ଶାଖାର ଆଜୀବନ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ |
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ