ଓକିଲ ସଂଘର ନବ-ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ

ଆସିକା (ୱାଇଏନ୍‍ଏସ୍‍):  ଆସିକା ଓକିଲ ସଂଘର ୨୦୨୬-୨୭ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ ଶେଷ ହୋଇଯାଇଛି। ଆଗାମୀ ଏକବର୍ଷ ପାଇଁ ଆସିକା ଓକିଲ ସଂଘର ସଭାପତି ରୂପେ ନିର୍ବାଚିତ ହୋଇଥିବା ବରିଷ୍ଠ ଆଇନଜୀବୀ ଛବିଳରାମ ମିଶ୍ର, ଉପ-ସଭାପତି ରୂପେ ନିର୍ବାଚିତ ହୋଇଥିବା ଜି.ସୂର୍ଯ୍ୟପ୍ରକାଶ ରାଓ, ସଂପାଦକ ରୂପେ ନିର୍ବାଚିତ ହୋଇଥିବା ଚିତ୍ତରଂଜନ ଦାଶ, ଯୁଗ୍ମ ସଂପାଦକ ରୂପେ ନିର୍ବାଚିତ ହୋଇଥିବା ଅଜିତ୍‍ କୁମାର ମୁନି, ଓ ଲାଇବ୍ରେରୀଆନ୍ ସଂପାଦକ ରୂପେ ନିର୍ବାଚିତ ହୋଇଥିବା ସିମାଂଚଳ ସେଠୀଙ୍କ ଶପଥ ଗ୍ରହଣ ଉତ୍ସବ ବୁଧବାର ଅପରାହ୍ନରେ ଓକିଲ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ତଥା ଓକିଲ ସଂଘର ନିର୍ବାଚନ ଅଧିକାରୀ କାଳୀଚରଣ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଆସିକା ଓକିଲ ସଂଘର ନବ-ନିର୍ବାଚିତ କର୍ମକର୍ତ୍ତାଙ୍କୁ ବରିଷ୍ଟ ଆଇନଜୀବୀ ସୁରେନ୍ଦ୍ରନାଥ ପଣ୍ଡା ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଏହି ଅବସରରେ ଆସିକା ଓକିଲ ସଂଘର ନବନିର୍ବାଚିତ ସଭାପତି ତଥା ବରିଷ୍ଠ ଆଇନଜୀବୀ ଛବିଳରାମ ମିଶ୍ର ସଂଘର ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ କାମନା କରିବା ସହ ମିଳିମିଶି କାମ କରିବାକୁ ଦୃଢ ସଂକଳ୍ପ ନେବାକୁ ଆହ୍ୱାନ କରିଥିଲେ । ଆସିକା ଓକିଲ ସଂଘର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ଅଜିତ୍‍ କୁମାର ଚୌଧୁରୀ, ନାରାୟଣ ମୁନି, ସୁଧାଂଶୁ କୁମାର ପାଣିଗ୍ରାହୀ, ପି.ରବିନ୍ଦ୍ର କୁମାର ପାତ୍ର, ଶରତେନ୍ଦୁ ପଣ୍ଡା, ପି.ଶିବଶଙ୍କର ପାତ୍ର, ରାଜେନ୍ଦ୍ର ନାଥ ପାତ୍ର, ଶିଶିର କୁମାର ନାୟକ, ପ୍ରସନ୍ନ କୁମାର ବିଷୋୟୀ, ସୁଧୀର କୁମାର ତ୍ରିପାଠୀ, ଉପେନ୍ଦ୍ର ବେହେରା, ମହେନ୍ଦ୍ର କୁମାର ସ୍ୱାଇଁ, ଭରତେନ୍ଦୁ ଭୂଷଣ ନାୟକ, ନିଳାମ୍ବର ବେହେରା, ରୁଦ୍ର ପାଣିଗ୍ରାହୀ, ଶିବଶଙ୍କର ମହାନ୍ତି, ଦ୍ୱାରିକାନାଥ ପରିଡା, ଶିବପ୍ରସାଦ ମହାପାତ୍ର, ଭି.ଖୋକନ୍‍ ରାଓ, ହର୍ଷରଂଜନ ପାଢୀ, ଅଜିତ୍‍ କୁମାର ପ୍ରଧାନଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ