ନୂତନ ବୈଷୟିକ ଜ୍ଞାନକୌଶଳକୁ ଆଦୃତ କରି ରାଜ୍ୟକୁ ବିକାଶର ଶୀର୍ଷରେ ପହଞ୍ଚାଇବା: ମୁଖ୍ୟମନ୍ତ୍ରୀ
କଟକ, (ଓ୍ବାଇଏନଏସ): କଟକ ଜିଲ୍ଲାସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟ ଅତିଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଜାତୀୟ ପତାକା ଉତୋଳନ ପୂର୍ବକ ସମ୍ମିଳିତ ପରେଡରେ ଅଭିବାଦନ କରିଥିଲେ । ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ସମାଜର ସବୁବର୍ଗର ଉତଥାନ ନିମନ୍ତେ ସରକାର ବିଭିନ୍ନ ପଦକ୍ଷେପ ତଥା କାର୍ଯ୍ୟକ୍ରମ ହାତକୁ ନେଉଥିବା ବିଷୟ ଉତଥାପନ କରିଥିଲେ (ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ ସଂଲଗ୍ନ) । ଚଳିତଥର ସାଧାରଣତନ୍ତ୍ର ଦିବସ ପରେଡରେ ୯ଟି ସୁସଜ୍ଜିତ ପ୍ରଜ୍ଞାପନ ମେଢ ସ୍ଥାନ ପାଇଥିଲା । ଜିଲ୍ଳାପାଳଙ୍କ ନେତୃତ୍ୱରେ କମିଟି ଗଠନ କରାଯାଇ ପ୍ରଜ୍ଞାପନ ମେଢଗୁଡିକ ପ୍ରସ୍ତୁତ କରାଯାଇଥିଲା । ଜିଲ୍ଳା ସଂସ୍କୃତି ବିଭାଗ ପକ୍ଷରୁ ବନ୍ଦେ ମାତରମ୍ ଓ ବାଲିଯାତ୍ରାକୁ ନେଇ ଆକର୍ଷଣୀୟ ପ୍ରଜ୍ଞାପନ ମେଢ କରାଯାଇଥିବାବେଳେ ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ଜିଲ୍ଳାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଓ ମନ୍ଦିର, ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ଜିଲ୍ଳା ଶିକ୍ଷା ବିଭାଗ ପକ୍ଷରୁ ଆସ ସ୍କୁଲ ଯିବା ଓ ବିଦ୍ୟାଳୟର ବିଭିନ୍ନ ଶିକ୍ଷାଭିତିକ କାର୍ଯ୍ୟକ୍ରମ, କଟକ ମହାନଗର ନିଗମ ପକ୍ଷରୁ ସ୍ୱଚ୍ଛତା ହିଁ ସେବା, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ପୋଷ୍ୟ ସନ୍ତାନ ଗ୍ରହଣ, ଜିଲ୍ଲା ଜଙ୍ଗଲ ବିଭାଗ ପକ୍ଷରୁ ମନୁଷ୍ୟ ଓ ବନ୍ୟଜନ୍ତୁ ପ୍ରାକୃତିକ ସହାବସ୍ଥାନ, ଜିଲ୍ଲା ହସ୍ତତନ୍ତ ବିଭାଗ ପକ୍ଷରୁ ଗୀତଗୋବିନ୍ଦ ଖଣ୍ଡୁଆ ପାଟ ଏବଂ ମିଶନ୍ ଶକ୍ତି ପକ୍ଷରୁ ମହିଳା ସଶକ୍ତିକରଣ ଉପରେ ପ୍ରଜ୍ଞାପନ ମେଢଗୁଡିକ ସୁସଜ୍ଜିତ ହୋଇ ମଂଚ ଅତିକ୍ରମ କରିଥିଲା । ପରେ ପରେ ମୁଖ୍ୟମନ୍ତ୍ରୀ ଜିଲଲ୍ଳାରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତୀତ୍ୱ ହାସଲ କରିଥିବା ୨୧ଜଣ ବ୍ୟକ୍ତିବିଶେଷ ଓ ୩ଟି ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କରିଥିଲେ । ପରେ ପରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆୟୋଜିତ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗିତାର ୨୪ଜଣ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ପରେଡରେ ପୋଲିସ୍, ହୋମଗାର୍ଡ, ଏନସିସି, ନାଭାଲ, ସ୍କାଉଟ୍ ଆଣ୍ଡ ଗାଇଡ୍ ଏବଂ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ତଥା ପୋଲିସ୍ ବ୍ୟାଣ୍ଡକୁ ମିଶାଇ ମୋଟ ୪୬ଟି ଦଳ ଅଂଶଗ୍ରହଣ କରିଥିଲେ । ପରେ ପରେ ମୁଖ୍ୟମନ୍ତ୍ରୀ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରେ ବାଲ୍ୟ ବିବାହମୁକ୍ତ ଭାରତ ଅଭିଯାନର ୧୦୦ ଦିନିଆ କାର୍ଯ୍ୟକ୍ରମର ଅଂଶବିଶେଷ ଭାବରେ ଏକ ସାଇକେଲ ରାଲିକୁ ପତାକା ଦେଖାଇ ଉଦଘାଟନ କରିବା ସହ ଏହି ନିଜେ ସାଇକେଲ ମଧ୍ୟ ଚଳାଇଥିଲେ । ପରେ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରେ ରକ୍ତଦାନ ଶିବିରକୁ ଉଦଘାଟନ କରିବା ସହ ରକ୍ତଦାତାଙ୍କ ସହ ଆଲୋଚନା କରିଥିଲେ ଏବଂ ସେଠାରେ ଆୟୋଜିତ ପୁସ୍ତକ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ । ଶେଷରେ ଏନଡିଆରଏଫ ପକ୍ଷରୁ ଆୟୋଜିତ ପ୍ରଦର୍ଶନୀକୁ ମଧ୍ୟ ମୁଖ୍ୟମନ୍ତ୍ରୀ ବୁଲି ଦେଖିଥିଲେ । ସ୍ୱାଧୀନତା ଦିବସ ସମାରୋହ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ସୌଭିକ ବିଶ୍ୱାଳ, ଇଂ ସୋଫିଆ ଫିରଦୋସ୍, ପ୍ରକାଶ ଚନ୍ଦ୍ର ସେଠୀ, ଛବି ମଲ୍ଲିକ୍ ପ୍ରମୁଖ ଯୋଗ ଦେଇଥିଲେ । ପତାକା ଉତୋଳନ ମଂଚରେ ପୁଲିସ୍ କମିଶନର ଏସ୍. ଦେବଦତ ସିଂ, ଜିଲ୍ଳାପାଳ ଶ୍ରୀ ଦତାତ୍ରୟ ଭାଉସାହେବ ଶିନ୍ଦେ, ଡିସିପି ଶ୍ରୀ ଖିଲାରୀ ଋଷିକେଶ ଦ୍ୟାନଦେଓ, ଆୟୁକ୍ତ କଟକ ମହାନଗର ନିଗର ସୁଶ୍ରୀ କିରନଦୀପ କୌର ସହୋତା ପ୍ରମୁଖ ଉପସ୍ଥିତ ଥିଲେ ।


