ଉତ୍କଳୀୟ କୋଳି ସମାଜ ପକ୍ଷରୁ ଆସିକାରେ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ
ଆସିକା (ୱାଇଏନ୍ଏସ୍) : ରାଜ୍ୟର ଅନ୍ୟତମ ସର୍ବବୃହତ ଜାତିଭିତ୍ତିକ ସଂଗଠନ ଉତ୍କଳୀୟ କୋଳି ସମାଜ ଆସିକା ଅଞ୍ଚଳ ପକ୍ଷରୁ ସ୍ଥାନୀୟ ହାଟପଦା ଛକ ସ୍ଥିତ ଶ୍ରୀ ଶ୍ରୀ ମା ଶ୍ୟାମାକାଳୀଙ୍କ ମନ୍ଦିର ପରିସରରେ ଏକ ପ୍ରତିଭା ସମ୍ମାନ ଓ ବାର୍ଷିକ ମକର ଭୋଜି ଏବଂ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉତ୍କଳୀୟ କୋଳି ସମାଜର ଆସିକା ଅଞ୍ଚଳର ସଭାପତି କିଶୋର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଭା ସମ୍ମାନ ଓ ସାଙ୍ଗଠନିକ ବୈଠକ କାର୍ଯ୍ୟକ୍ରମରେ ଉତ୍କଳୀୟ କୋଳି ସମାଜର ଗଞ୍ଜାମ ଜିଲ୍ଲା ସଂପାଦକ ସନ୍ତୋଷ କୁମାର ବେହେରା, ଯୁଗ୍ମ ସଂପାଦକ ଗିରିଜା ଶଙ୍କର ପାତ୍ର, କୋଷାଧ୍ୟକ୍ଷ ବ୍ରଜମୋହନ ପାତ୍ର, ଆସିକା ଅଞ୍ଚଳ ସଂପାଦକ ଭବାନୀ ଶଙ୍କର ପାତ୍ର, ସଂଗଠନର ସକ୍ରିୟ ସଦସ୍ୟ ସୁଶିଲ୍ ମୋହନ ପାତ୍ର ପ୍ରମୁଖ ଯୋଗଦେଇ କୋଳି ସମାଜର ଐତିହ୍ୟ ଓ ସଂସ୍କୃôତି ଉପରେ ଆଲୋକପାତ କରିବା ସାଙ୍ଗକୁ କୋଳି ସମାଜର ସଂଗଠନକୁ ସୁଦୃଢ ପାଇଁ ସଭ୍ୟମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ଉପରେ ଆଲୋକପାତ କରି ସଂଗଠନକୁ ସୁଦୃଢ କରି ଏକ ଆଦର୍ଶ ଓ ସୁସ୍ଥ ସମାଜ ଗଠନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ଅବସରରେ ଓଡିଶା ଲୋକସେବା ଆୟୋଗ (ଓପିଏସ୍ସି) ଦ୍ୱାରା ପରିଚାଳିତ ୨୦୨୩ ବର୍ଷର ଓଡିଶା ପ୍ରଶାସନିକ ସେବା (ଓସିଏସ୍) ପରୀକ୍ଷାରେ ନିଜର ନିଷ୍ଠା, ଏକାଗ୍ରତା ବଳରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ସଫଳତା ହାସଲ କରି ଉତ୍କଳୀୟ କୋଳି ସମାଜ ପାଇଁ ଗର୍ବ ଓ ଗୌରବ ଆଣିଥିବା ମେଧାବୀ ବିଦ୍ୟାର୍ଥୀ ନିକିତା ପାତ୍ର ଏବଂ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୫ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିବା କୋଳି ସଂପ୍ରଦାୟର ମେଧାବୀ ଛାତ୍ରୀ ପି.ଶ୍ରେୟାସୀଙ୍କୁ ମାନପତ୍ର, ଉପଢୌକନ, ଟ୍ରଫି ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରାଯିବା ସହ ଉଭୟଙ୍କ ଉଜ୍ଜଳ ଭବିଷ୍ୟତ କାମନା କରାଯାଇଥିଲା । ଉତ୍କଳୀୟ କୋଳି ସମାଜ ଆସିକା ଅଞ୍ଚଳ ପକ୍ଷରୁ ଅନୁଷ୍ଠିତ ଏହି ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ କୋଳି ସଂପ୍ରଦାୟର ସୁସଂଗଠକ ସୁଶିଲ୍ ମୋହନ ପାତ୍ର, ବିଭୁତି ଭୂଷଣ ପାତ୍ର, ଅବନିକାନ୍ତ ପାତ୍ର, ବସନ୍ତ କୁମାର ପାତ୍ର, ବିଜୟ କୁମାର ପାତ୍ର, ଉମାଶଙ୍କର ପାତ୍ର, ଗୌରୀଶଙ୍କର ପାତ୍ର, କରମବୀର ପାତ୍ର, ଧରମବୀର ପାତ୍ର, କୁବେର ପାତ୍ରଙ୍କ ସମେତ ବହୁ ସଦସ୍ୟ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା ।


