ତପନ କୁମାର ନାୟକଙ୍କୁ ଶ୍ରୀ ଜଗନ୍ନାଥ ସଂସ୍କୃତି ସେବା ସମ୍ମାନ ୨୦୨୫ ପ୍ରଦାନ
ହାଟଡିହି (ଓ୍ବାଇଏନଏସ): ଆନ୍ତର୍ଜାତୀୟ ଚାରଣ ଗୋଷ୍ଠି ପୁରୀ ତରଫରୁ କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକ କଦମ୍ବଡିହି ଗ୍ରାମର ତପନ କୁମାର ନାୟକଙ୍କୁ ‘ଶ୍ରୀ ଜଗନ୍ନାଥ ସଂସ୍କୃତି ସେବା ସମ୍ମାନ’ ୨୦୨୫ ପ୍ରଦାନ କରାଯାଇଛି । କେନ୍ଦୁଝର ଜିଲ୍ଲାରେ ଆୟୋଜିତ ଶ୍ରୀ ଜଗନ୍ନାଥ ସଂସ୍କୃତି ଜ୍ଞାନ ପରୀକ୍ଷାର ଉତ୍ତମ ପରିଚାଳନା, ପ୍ରଭୁ ଜଗନ୍ନାଥଙ୍କ ସଂସ୍କୃତି ଓ ଚେତନାର ପ୍ରଚାର ପ୍ରସାର କ୍ଷେତ୍ରରେ ତଥା ସଂଗଠନ ପ୍ରତି ସମର୍ପିତ ଭାବ, ଜଗନ୍ନାଥଙ୍କ ସଂସ୍କୃତି ଉପରେ ହେଉଥିବା କାର୍ଯ୍ୟକ୍ରମକୁ ନିଷ୍ଠାପର ଭାବରେ ସମ୍ପନ୍ନ କରିଥିବା ଯୋଗୁଁ ଆନ୍ତର୍ଜାତୀୟ ଚାରଣ ଗୋଷ୍ଠି ପୁରୀ ତରଫରୁ ତାଙ୍କୁ ଏହି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ଭାବେ ମନ୍ଦିର ପୁରୀର ପୂଜାପଣ୍ଡା ସାମନ୍ତ ଶ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପୂଜାପଣ୍ଡା, ସମ୍ମାନିତ ଅତିଥି ଭାବେ ବରିଷ୍ଠ ଦଇତାପତି ନିଯୋଗ ଲୋକନାଥ ଦାସ ମହାପାତ୍ର, ମହାସୁଆ ର ନିଯୋଗର ସଭ୍ୟ ଶ୍ରୀଯୁକ୍ତ ଭଗବାନ ମହାସୁଆର, ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଜୟନ୍ତ ଷଡ଼ଙ୍ଗୀ, ଚାରଣ ଗୋଷ୍ଠି ପୁରୀର ଦଳପତି ଡ଼ଃ ଗୋପାଳ ଚନ୍ଦ୍ର ରଥ, ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ବେହେରା, ସାଧାରଣ ସମ୍ପାଦକ ହରିଶ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ମାନପତ୍ର, ଉପଢୌକନ, ଜଗନ୍ନାଥଙ୍କ ଫଟୋଚିତ୍ର ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ତପନଙ୍କୁ ଏହି ସମ୍ନାନ ମିଳିବା ପରେ କେନ୍ଦୁଝର ଜିଲ୍ଲାର ଚାରଣ ମା ଓ ଭାଇ ମାନେ ଖୁସି ବ୍ୟକ୍ତ କରିବା ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।


