ତରଭା ଅଙ୍ଗନବାଡି ଘର ଅନିୟମିତତା ଅଭିଯୋଗ

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତ ତରଭା ଗ୍ରାମରେ ଅଙ୍ଗନବାଡି ଘର ଅନିୟମିତତା ହେଉଥିବା ନେଇ ଅଭିଯୋଗ ହୋଇଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଗ୍ରାମରେ ଗତ ୫/୬ ବର୍ଷ ତଳେ ଗାଁ ରେ ଏକ ପୁରୁଣା ଘର ଅଧାପନ୍ତରିଆ ହୋଇ ପଡି ରହିଥିଲା। ଏବେ ନୂତନ ଅଙ୍ଗନବାଡି ଗୃହ ନିର୍ମାଣ ପାଇଁ ସରକାରୀ ସ୍ତରରେ ଅନୁଦାନ ଯୋଗାଇ ଦିଆ ଯାଇଛି। ଗ୍ରାମର କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଏହି ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ସେମାନେ ଅଧାପନ୍ତରିଆ ହୋଇ ପଡି ରହିଥିବା ପୁରୁଣା ଘରଟିକୁ ମରାମତି କରି ଅନୁଦାନ ହାତେଇବାକୁ ଉଦ୍ୟମ କରୁଥିବା ଗ୍ରାମର ତ୍ରିଲୋଚନ ସେଠୀ, ରତିକାନ୍ତ ପଣ୍ଡା, ସଞ୍ଜୟ ପଣ୍ଡା, ରଞ୍ଜନ ଜେନା, ସୁବଳ ପଣ୍ଡା, ଅଜୟ ପଣ୍ଡା, ସନାତନ ପଣ୍ଡା, ସୁଦର୍ଶନ ଜେନା, ରାଜକିଶୋର ପତି, ଦୀପକ ଜେନା, ନରହରି ବେହେରା, ରଥ ବାରିକ, ଉମାକାନ୍ତ ପଣ୍ଡା ଙ୍କ ସମେତ ଅନେକ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେମାନେ ଏନେଇ ହାଟଡିହି ବ୍ଲକର ବିଡ଼ିଓ ଏବଂ ଆନନ୍ଦପୁର ଉପଜିଲ୍ଲାପାଳ ଓ କେନ୍ଦୁଝର ଜିଲ୍ଲାପାଳ ଙ୍କୁ ଲିଖିତ ଭାବେ ଅଭିଯୋଗ କରି ପଦକ୍ଷେପ ନେବାକୁ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ