ଟାଟା ପାୱାରର ଅସାବଧାନତା, ଖୁଣ୍ଟରୁ ପଡି ଶ୍ରମିକ ଗୁରୁତର

କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):ବିଦ୍ୟୁତ ସକ୍ ଲାଗି ଦୁଇ ଶ୍ରମିକ ଗୁରୁତର ହୋଇଛନ୍ତି। ଟାଟା ପାୱାରର ଅସାବଧାନତା ବା ଖାମଖିଆଲି ମନୋଭାବ ପାଇଁ ବିଦ୍ୟୁତ ଖୁଣ୍ଟରୁ ଗଳି ପଡିଲେ ଦୁଇ ଶ୍ରମିକ। ସୂଚନାନୁଯାୟୀ କେନ୍ଦ୍ରାପଡ଼ା ବ୍ଲକ ନିକଟରେ ବିଦ୍ୟୁତ ଖୁଣ୍ଟରେ ଚଢ଼ି କେବୁଲ କାମ ଚାଲୁଥିବା ସମୟରେ ହଠାତ କରେଣ୍ଟ ଚାର୍ଜ ହୋଇଯାଇଥିଲା। ଫଳରେ ଖୁଣ୍ଟ ଉପରେ ଚଢ଼ିଥିବା ଦୁଇ ଶ୍ରମିକଙ୍କୁ ସକ୍ ଲାଗିବାରୁ ସେମାନେ ତଳକୁ ଖସି ପଡିଥିଲେ। ପରେ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ତେବେ କାମ ଚାଲୁଥିବା ସମୟରେ କିଭଳି ଏପରି କରେଣ୍ଟ ଚାର୍ଜ କରାଗଲା ଓ କାର୍ଯ୍ୟ ସ୍ଥଳରେ କୌଣସି ସେଫଟି ଷ୍ଟାଫଙ୍କ ଅନୁପସ୍ଥିତିକୁ ନେଇ ସ୍ଥାନୀୟ ଲୋକେ ଟାଟା ପାୱାରର କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏଭଳି ଦୁର୍ଘଟଣା ଘଟିବା ପରେ ବିଭାଗୀୟ ଅଧିକାରୀଙ୍କୁ ସାଧାରଣ ଲୋକେ ଜଣାଇବା ପରେ ମଧ୍ୟ କୈାଣସି ବିଭାଗୀୟ ଅଧିକାରୀ ଘଟଣାସ୍ଥଳଖୁ ଆସିନଥିଲେ। ଫଳରେ ଗୁରୁତର ଅବସ୍ଥାରେ ଦୁଇ ଶ୍ରମିକଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲକୁ ପଠାଇଥିଲେ। ସେଠାରେ ଉପସ୍ଥିତ ଥିବା କିଛି କର୍ମଚାରୀ ମଧ୍ୟ ପଳାଇ ଯାଇଥିଲେ। ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ ଗୁରୁତ୍ୱର ସହ ନେଇ ସମ୍ପୃକ୍ତ ଦାୟିତ୍ୱହୀନତା କର୍ମଚାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ସହ ଗୁରୁତର ଆହତ ହୋଇଥିବା ଦୁଇ କର୍ମଚାରୀଙ୍କ ସମସ୍ତ ଚିକିତ୍ସା ବହନ କରିବାକୁ ସାଧାରଣରେ ଦାବି କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ