ଗଜପତିରେ ଗୁରୁଶିଷ୍ୟା ସମ୍ପର୍କରେ କଳଙ୍କ: ଛାତ୍ରୀଙ୍କୁ ଅସଦାଚରଣ, ପୋଲିସ ଗିରଫ ଭୟରେ ଶିକ୍ଷକ ଫେରାର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲା ଗାରାବନ୍ଧ ଥାନା ଅଞ୍ଚଳରେ ଲଜ୍ୟାଜନକ ଘଟଣା ନଜରକୁ ଆସିଛି । ଗୁରୁ ଶିଷ୍ୟ ସମ୍ପର୍କରେ ଲାଗିଛି କଳଙ୍କର ଛିଟା । ଛାତ୍ରଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି. ପୋଲିସ ଗିରଫ ଭୟରେ ସମ୍ପୃକ୍ତ ଶିକ୍ଷକ ଫେରାର ଥିବା ସୂଚନା ମିଳିଛି. ପରିବାର ଲୋକଙ୍କ ଅଭିଯୋଗକ୍ରମେ ଗାରାବନ୍ଧ ଥାନାରେ ରୁଜୁ ହୋଇଛି ମାମଲା. ଉଚ୍ଚ ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀର ଛାତ୍ରୀଙ୍କୁ ସେହି ବିଦ୍ୟାଳୟର ଶିକ୍ଷକ ଅସଦାଚରଣ କରୁଥିବା ନେଇ ପୀଡ଼ିତା ଘରେ ଜଣାଇଥିଲେ । ପରିବାର ପକ୍ଷରୁ ଜିଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଉପ-ଜିଲାପାଳ ଓ ଟିମ୍ ତଦନ୍ତ କରି ରିପୋର୍ଟ ପ୍ରଦାନ ପରେ ଏନେଇ ଥାନାରେ ମାମଲା ରୁଜୁ ହୋଇଛି । ଗାରାବନ୍ଧ ଥାନାରେ ମାମଲା ରୁଜୁ ହେବା ପରେ ଅଭିଯୁକ୍ତ ଶିକ୍ଷକ ଫେରାର ହୋଇଯାଇଛନ୍ତି । ପୀଡିତାଙ୍କ ବୟାନ ରେକର୍ଡ ପାଇଁ କୋର୍ଟରେ ଉପସ୍ଥାପନ କରାଯାଇଛି। ଏନେଇ ଗାରାବନ୍ଧ ଥାନାରେ ୨୭/୨୫ ରେ ମାମଲା ରୁଜୁ କରାଯାଇ ଅଧୁକା ତଦନ୍ତ ଜାରି ରହିଥ‌ିବା ଗାରାବନ୍ଧ ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିସିକା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ