ଶିକ୍ଷକ ସଂଘର ପ୍ରତିଷ୍ଠା ଦିବସ ପାଳିତ
ହାଟଡିହି, (ଓ୍ବାଇଏନଏସ): ହାଟଡିହି ବ୍ଲକ ଜାବିନୀପୁର ସ୍କୁଲ ପରିସରରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ୮୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ପୂର୍ବତନ ଉପସଭାପତି ଶ୍ରୀ ଲକ୍ଷ୍ମୀଧର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍କଳ କେଶରୀ ଡ଼ ହରେକୃଷ୍ଣ ମହତାବ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସଂଘୀୟ ପତାକା ଉତ୍ତୋଳନ କରିଥିଲେ। ବ୍ଲକ ସଭାପତି ଶ୍ରୀକାନ୍ତ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବ୍ଲକ ସମ୍ପାଦକ ପ୍ରଦୀପ କୁମାର ନାୟକ ବିବରଣୀ ପାଠ କରିବା ସହିତ ସଂଘୀୟ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ସେଠୀ ପ୍ରାଥମିକ ଶିକ୍ଷକ ସଂଘର ଆଭିମୁଖ୍ୟ ଓ ସଂଘର ଆବଶ୍ୟକତା ଉପରେ ବକ୍ତବ୍ୟ ରଖିଥିଲେ। ରଞ୍ଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଯତିବ୍ରତ ସ୍ୱାଇଁ, କାର୍ତ୍ତିକ ଦଳେଇ, ବଳରାମ ଦାସ, ବାସନ୍ତୀ ସେଠୀ, ପ୍ରତିମା ଖଟୁଆ, ବିଜୟ ସ୍ୱାଇଁ, ବାଦଲ ଜେନାଙ୍କ ସମେତ ଅନେକ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇଥିଲେ।


