ଟେନିକଏଟ୍ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ବନ୍ତ (ଚାନ୍ଦୀନି ମହାନ୍ତି) : ବନ୍ତ ବ୍ଲକ ପଞ୍ଚାୟତ ହାଇସ୍କୁଲ ପଧାନପଡାରେ ଚାଲିଥିବା ଗ୍ରୀଷ୍ମକାଳୀନ ଟେନିକଏଟ୍ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ ହୋଇଯାଇଛି । କ୍ରୀଡା ଶିକ୍ଷକ ଜଗନ୍ନାଥ ଦ୍ୱିବେଦୀ ଖେଳକୁ ପରିଚାଳନା କରିଥିଲେ । ଭଦ୍ରକ ଟେନିକଏଟ୍ ଆସୋସିଏସନ୍‌ର ପ୍ରଶିକ୍ଷିକା ସୁଇଟ୍ ସ୍ମିିତା ଜେନା ଓ ସ୍ମୃତିରେଖା ସେଠୀ ଏବଂ ପ୍ରଶିକ୍ଷକ ରାଜେଶ ନାୟକ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଫାଇନାଲ୍ ଖେଳରେ ବାଳକ ବିଭାଗରେ ଇମଲାକ୍ ଖାଁ ଓ ବାଳିକା ବିଭାଗରେ ରିୟା ସେଠୀ ଚମ୍ପିୟାନ୍ ହୋଇଥିଲେ । ଆୟୋଜିତ ପୁରଷ୍କାର ବିତରଣୀ ସଭାକୁ ବିଶିଷ୍ଟ କ୍ରୀଡାବିତ୍ ସେକ୍ ୟାକତ୍‌୍ ଅଲ୍ଲୀ ସଭାପତିତ୍ୱ କରିଥିଲେ । ଅତିଥି ଭାବେ ଭଦ୍ରକ ଜିଲ୍ଲା ଟେନିକଏଟ୍ ଆସୋସିଏସନ୍‌ର ସଭାପତି ଗୋଲକ ନାୟକ, ଶାଳବଣୀ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ନରହରି ଜେନା, ଟେନିକଏଟ୍ ଆସୋସିଏସନ୍ କୋଷାଧ୍ୟକ୍ଷ ଚନ୍ଦନ ଦେଓ, ଉପସଭାପତି ଭବେଶ ଦାସ, ରାଜ୍ୟ ସଂଘର ମୋନାଲିସା ରାଉତ୍ ପ୍ରମୁଖ କ୍ରୀଡା ଉପରେ ମତ ରଖିଥିଲେ । ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶୁଭେନ୍ଦୁ ଶେଖର ମହାନ୍ତି ଅତିଥି ପରିଚୟ ଓ ଶେଷରେ ରମାକାନ୍ତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହିଅବସରରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । କ୍ରୀଡାକୁ ଜାହାରୁଦ୍ଦିନ ସାହାଜୀ, ଅରୁଣ କୁମାର ବାରିକ୍‌, ହେମନ୍ତ କୁମାର ପରିଡା,ପ୍ରଫୁଲ୍ଲ କୁମାର ଜେନା, ସେକ୍ ସାବିର, ସେକ୍ ରିହାଜ୍ ଅଲ୍ଲୀ ,କର୍ମଚାରୀ ବୁଦ୍ଧିରାମ ସାହୁ, ଶରତ କୁମାର ସାହୁ ଓ ନେଜାମୁଦ୍ଦିନ୍ ଖାଁ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ