ବଞ୍ଚୋ ଦଧିବାମନଜୀଉଙ୍କ ପଞ୍ଚଦଶତମ ବାର୍ଷିକ ଉତ୍ସବ ଉଦଯାପିତ

ହାଟଡ଼ିହି, (ଓ୍ବାଇଏନଏସ): ହାଟଡିହି ବ୍ଲକର ମନ୍ଦିର ମାଳିନୀ ବଞ୍ଚୋ ଗ୍ରାମରେ ପ୍ରଭୂ ଦଧିବାମନଜୀଉଙ୍କ ମନ୍ଦିରର ପଞ୍ଚଦଶତମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଆଜି ଉଦଯାପିତ ହୋଇଯାଇଛି।  ତିନିଦିନ ଧରି ଚାଲିଥିବା ଥିବା ଏହି ପ୍ରତିଷ୍ଠା ଉତ୍ସବର ଆଜି ଶେଷ ସନ୍ଧ୍ୟାରେ ପ୍ରଖ୍ୟାତ କଣ୍ଠ ଶିଳ୍ପୀ ସରୋଜ ଜେନା ଓ ତାଙ୍କ ସାଥିଙ୍କ ଭଜନରେ ଦର୍ଶକ ବିଭୋର ହୋଇଛନ୍ତି। ଆଜିର ଏହି ସାଂସ୍କୃତିକ ମଞ୍ଚରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ହାଟଡିହି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଆନନ୍ଦପୁର ବ୍ଲକ ଅଧ୍ୟକ୍ଷା ଅଞ୍ଜନା ବାରିକ, ମନ୍ଦିର କମିଟିର ବରିଷ୍ଠ କର୍ମକର୍ତ୍ତା ପ୍ରାଣ ବଲ୍ଲବ ପାଢ଼ୀ,  ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ,  ଅଶୋକ ପୁହାଣ, କମଳ ଲୋଚନ ବିଶ୍ୱାଳ ପ୍ରମୁଖ ଯୋଗଦେଇ ବଞ୍ଚୋ ଗ୍ରାମର ଭାଇଚାରା ସମଗ୍ର ଅଞ୍ଚଳରେ ନିଆରା ବୋଲି ମତ ଦେଇଥିଲେ। ଆଜି ଅପରାହ୍ନରେ ତିନିଦିନ ଧରି ଚାଲିଥିବା ହୋମ ଯଜ୍ଞର ପୂର୍ଣ୍ଣାହୁତୀ ପ୍ରଦାନ କରାଯାଇ ଥିଲା। ହଜାର ହଜାର ଶ୍ରଦ୍ଧାଳୁ ପ୍ରଭୁଙ୍କ ପାଖରେ ପୂଜାର୍ଚନା କରିବା ସହିତ ଯଜ୍ଞରେ ଘୃତାହୁତି ପ୍ରଦାନ କରିଥିଲେ। ମନ୍ଦିର କମିଟି ପକ୍ଷରୁ ତିନିଦିନ ଯାକ ଅନ୍ନପ୍ରସାଦ ବଣ୍ଟନ କରାଯାଉ ଥିବାବେଳେ ସମଗ୍ର ଗ୍ରାମଟିରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ସରପଞ୍ଚ ପ୍ରଶାନ୍ତ ରାଉତ, ପୂର୍ବତନ ସରପଞ୍ଚ ଶଶାଙ୍କ ଶେଖର ପୁହାଣ, ରାଧାଗୋବିନ୍ଦ ଦାଶ, ସୁଧାଂଶୁ ରାଉତ, ମାର୍କଣ୍ଡ ଚରଣ ଓଝା, କମଳ ଲୋଚନ ବିଶ୍ୱାଳ,  ମୁକେଶ ରାଉତ, ସୁଶାନ୍ତ ବିଶ୍ୱାଳ, ଦତ୍ତାତ୍ରୟ ରାୟ ସର୍ଦାର, କୀର୍ତ୍ତନ ବିହାରୀ ନାୟକଙ୍କ ସମେତ ସମସ୍ତ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଗ୍ରାମର ଭଜନ ମଣ୍ଡଳୀ ଦ୍ୱାରା ତିନିଦିନ ଯାକ ପ୍ରଭୁ ଦଧିବାମନଙ୍କ ନିକଟରେ ଭଜନ କୀର୍ତ୍ତନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ