୧୬ରୁ ବଞ୍ଚୋରେ ପ୍ରଭୁ ଦଧୂବାବନଜୀଉଙ୍କ ପଞ୍ଚଦଶ ତମ ବାର୍ଷିକ ଉତ୍ସବ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକର ମନ୍ଦିର ମାଳିନୀ ବଞ୍ଚୋ ଗ୍ରାମରେ ଥିବା ପ୍ରଭୁ ଦଧୂବାବନଜୀଉଙ୍କ ପଞ୍ଚଦଶ ତମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଆସନ୍ତା ୧୬ତାରିଖ ଠାରୁ ଆରମ୍ଭ ହୋଇ ୧୮ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ତିନିଦିନ ବଞ୍ଚୋ ଗ୍ରାମଟି ଉତ୍ସବ ମୁଖରୀତ ହୋଇ ଉଠିବ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ପର୍ବ ସମାପ୍ତ ହୋଇଛି । ମନ୍ଦିର ପରିବେଶକୁ ସୁନ୍ଦର ଭାବେ ରଙ୍ଗିନ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି । ୧୬ତାରିଖ ଦିନ ପ୍ରତ୍ୟୁଷରୁ କଳଶ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବାପରେ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯିବା ସହିତ ତିନିଦିନ ବ୍ୟାପି ହୋମଯଜ୍ଞ କରାଯିବ । ପ୍ରତ୍ୟେକ ଦିନ ହୋମ ଯଜ୍ଞ ପୂଜାର୍ଚ୍ଚନା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସୁନାମଧନ୍ୟ କଣ୍ଠଶିଳ୍ପୀଙ୍କ ଦ୍ୱାରା ଭଜନ ସମାରୋହ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ସ୍ଥିର କରଯାଇଛି। ୧୬ ତାରିଖ ଦିନ ସାଂସଦ ଅନନ୍ତ ନାୟକ, ବିଧାୟକ ଅଭିମନ୍ୟୁ ସେଠୀଙ୍କ ସହିତ କେନ୍ଦୁଝର ଜିଲ୍ଲାପାଳ ବିଶାଳ ସିଂ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ଥିବା ବେଳେ ୧୭ ତାରିଖ ଦିନ ଆଇନ ମନ୍ତ୍ରୀ ପୃଥିରାଜ ହରିଚନନ, ବିଜେପି ନେତା ଆଲୋକ ଓ ୧୮ତାରିଖ ଦିନ ଚଳଚିତ୍ର ତାରକା ତଥା କୋରେଇ ବିଧାୟକ ଆକାଶ ଦାସ ନାୟକ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତିନିଦିନ ବ୍ୟାପି ଶ୍ରଦ୍ଧାଳୁ ମାନଙ୍କ ପାଇଁ ମହାପ୍ରସାଦ ବଣ୍ଟନର ବ୍ୟବସ୍ଥା କରାଯାଇଥିବା ଗ୍ରାମବାସୀଙ୍କ ପକ୍ଷରୁ ସୁଚନା ଦିଆ ଯାଇଛି।


