୧୬ତମ ବିଶାଲ ଭଣ୍ଡାରା ଉଦ୍‌ଯାପିତ

ବଲାଙ୍ଗୀର(ଓ୍ବାଇଏନଏସ): ଶ୍ରାବଣ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ଏବଂ ଚତୁର୍ଦ୍ଦଶୀ ଦିନ ୨ଦିନ ଧରି କାୱାଡିଆ ଙ୍କ ସେବା ରେ ବାବା ବର୍ଫାନୀ କାୱାଡିଆ ସେବା ମଣ୍ଡଳ, ବଲାଙ୍ଗିର ତରଫରୁ ବାରପୁଡୁଗିଆ ସ୍ଥିତ ପଡିଆ ରେ ଆୟୋଜିତ ବିଶାଲ ଭଣ୍ଡାରା ଉଦ୍‌ଯାପିତ ହୋଇଯାଇଛି । ଏହି ୨ଦିନ ବୋଲବମ ଧ୍ୱନୀ ରେ ଉଛୁଳି ପଡୁଥିଲା ଅଂଚଳ ଏବଂ ସୃଷ୍ଟି ହୋଇଥିଲା ଏକ ଭକ୍ତିମୟ ପରିବେଶ । ପ୍ରଥମେ ବାବା ବର୍ଫାନୀ ଙ୍କ ରୁଦ୍ରାଭିଷେକ ସହ ହୋମ ଯଜ୍ଞ ପରେ ପରେ ବିଶାଲ ଭଣ୍ଡାରା ରେ ସମସ୍ତ କାୱାଡିଆ ଭକ୍ତ ମାନେ ପ୍ରସାଦ ସେବନ କରିଥିଲେ ଏବଂ ବିଶ୍ରାମ ର ସୁବିଧା ମଧ୍ୟ କରାଯାଇଥିଲା ।  ସମସ୍ତେ ଏହି ସମୟ କୁ ନିଶ୍ଚିତ ରୁପେ ଅପେକ୍ଷା କରିଥାଆନ୍ତି କାରଣ ଖାଇବା ପିଇବା ସାଙ୍ଗକୁ  ପଂଚମ ଅନୁଷ୍ଠାନ ର ଭଜନ ସମାରୋହ ରେ ଝୁମି ଝୁମି ନାଚି ଗାଇ ବୋଲ ବମ୍ ଭକ୍ତ  କ୍ଳାନ୍ତ କୁ ଦୁର କରିଥାନ୍ତି  । ଏହି ସମୟ ରେ ଜିଲ୍ଲା ଚିକିତ୍ସା ବିଭାଗ, ଚୂଡାପାଲି ସ୍ୱାସ୍ଥ୍ୟ କେନ୍ଦ୍ର ଦ୍ୱାରା ମାଗଣା ଔଷଧ ବଣ୍ଟନ ସହ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିଲା ।  ବାବା ବର୍ଫାନୀ ସେବା ମଣ୍ଡଳ ସମସ୍ତ କାର୍ଯ୍ୟକର୍ତ୍ତା ଓ ବାରପୁଡୁଗିଆ ଗ୍ରାମ ବାସୀ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ