ଅଠର ମୂଲକ କୈବର୍ତ୍ତ ମହାସଂଘର ବାର୍ଷିକୋତ୍ସବ

ନିମାପଡ଼ା,(ସନ୍ତୋଷ କୁମାର ଦାଶ): ପୁରୀ ଜିଲ୍ଲା ଚାରିଛକ ନିକଟସ୍ଥ ତୁଳସୀପୁର ପଞ୍ଚାୟତ ର ଚହଟା ଗ୍ରାମ ସ୍ଥିତ ମା’ ଜଗତେଶ୍ୱରୀ ପୀଠ ଠାରେ ଅଠର ମୁଲକ କୈବର୍ତ୍ତ ମହାସଂଘ ର ବାର୍ଷିକୋତ୍ସବ ମହାସଂଘ ର ସଭାପତି ଚନ୍ଦ୍ରକାନ୍ତ ଦଳାଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ପ୍ରଭୁ ଲୋକନାଥ ଙ୍କ ଉଦ୍ଦେଶ୍ୟ ରେ ଛତି ସ୍ଥାପନ କରା ଯାଇ ମା ଜଗତେଶ୍ୱରୀ ଙ୍କୁ ରୀତି ନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ମା ଙ୍କ ସମ୍ମୁଖ ରେ ହୋମଯଜ୍ଞ କରାଯିବା ପରେ ସଭା ଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ଏହି ବୈଠକରେ ନିଆଳି ଯାଦବ ସଂଘ ର ସଭାପତି ତଥା ରତନପୁର ପଞ୍ଚାୟତର ସମିତି ସଭ୍ୟ କେଦାରନାଥ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଅଠରମୁଲକ କୈବର୍ତ୍ତ ମହାସଂଘ କିଭଳି ଭାବେ ଉନ୍ନତି କରି ଆହୁରି ଅଧିକ ମଜଭୁତ ହୋଇ ପାରିବ ସେ ସମ୍ପର୍କରେ ଆଲୋକପାତକରିଥିଲେ। ମା ଜଗତେଶ୍ୱରୀ ପୀଠ ର ଉନ୍ନତି କରଣ ପାଇଁ ନିମାପଡ଼ା ର ବିଧାୟକ ତଥା ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ ଙ୍କ ପାଖରେ ପ୍ରସ୍ତାବ ଦେବେ ବୋଲି ଶ୍ରୀ ବେହେରା କହିଥିଲେ । ବୈଠକ ରେ ଉପସ୍ଥିତ ଥିବା ସମସ୍ତ ଅଠରମୁଲକ କୈବର୍ତ୍ତ ମହାସଂଘ ର ସଦସ୍ୟ ମାନଙ୍କୁ ମୁଖ୍ୟ ଅତିଥି ଉତ୍ତରୀୟ ଦେଇ ଶ୍ରୀ ବେହେରା ସମ୍ନାନିତ କରିଥିଲେ । ଏହି ଅନୁଷ୍ଠାନ ରେ କିଭଳି ଭାବେ ଅଧିକ ରୁ ଅଧିକ ସଂଖ୍ୟାରେ ନୂତନ ସଭ୍ୟ ଯୋଗ ଦେବେ ସେ ଦିଗରେ ସଦସ୍ୟ ମାନେ ଆଲୋଚନା କରିଥିଲେ। ସନ୍ଧ୍ୟାରେ ସଂଘ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଘୋଡ଼ା ନାଚ ଅନୁଷ୍ଠିତ ହୋଇଥିଲା।ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଗୋପୀନାଥ କର ଅତିଥି ଭାବେ ଯୋଗଦେଇ ସାସ୍କୃତିକ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ଏହି ଉତ୍ସବ ରେ ଅନୁଷ୍ଠାନର ସମ୍ପାଦକ ଇଞ୍ଜିନିୟର ଅନାଥ ସାହୁ , ଉପସଭାପତି ସରୋଜ କୁମାର ବେହେରା ,ସହ ସମ୍ପାଦକ କାହ୍ନୁଚରଣ ବେହେରା, ମଙ୍ଗୁଳି ଭୋଇ ,ଶ୍ରୀମତୀ ସାବିତ୍ରୀ ଦେଇ ଓ ଅଠର ମୁଲକ କୈବର୍ତ୍ତ ମହାସଂଘ ର ସଦସ୍ୟ ମାନଙ୍କ ସହିତ ଚହଟା ଅଞ୍ଚଳର ଶତାଧିକ ଲୋକ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ