ଅନନ୍ତ ଗୋପାଳ ପୀଠରେ ୧୯ତମ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ ଉଦଘାଟିତ

ନାଉଗାଁ,(ଓ୍ବାଇଏନଏସ) : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ନୂଆଗାଁ ପଞ୍ଚାୟତର ଅନନ୍ତ ଗୋପାଳ ପୀଠରେ ୧୯ତମ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ ଅନୁଷ୍ଠିତ ହେଉଛି। ତିହୁଡାସ୍ଥିତ ଗୁରୁକୃପା କୁଟୀର ବ୍ରହ୍ମଚାରୀ ବାବା ସତ୍ୟାନନ୍ଦ ଦାସ ମହାରାଜ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିବା ସହିତ ଆଶ୍ରିବଚନ ପ୍ରଦାନ କରିଥିଲେ  | ଏହି କାର୍ଯ୍ୟକ୍ରମ ଚୈତ୍ର ଶୁକ୍ଲପକ୍ଷ ପ୍ରତିପଦା ଠାରୁ ଶ୍ରୀରାମ ନବମୀ ନବଦିନ ବ୍ୟାପି ଅନୁଷ୍ଠିତ ହେବ ବୋଲି କର୍ତ୍ତା ଚକ୍ରଧର ବିଶ୍ୱାଳ ପ୍ରକାଶ କରିଛନ୍ତି |  ପରାୟଣର ବ୍ୟାସ ବ୍ରହ୍ମଚାରୀ ଶ୍ୟାମ ଚରଣ ଦାସଜୀ ମହାରାଜ , ଧାରକ ମାଧବାନନ୍ଦ ମିଶ୍ର ଓ ଆଚାର୍ଯ୍ୟ ବାସୁଦେବ ମିଶ୍ର ରହିଛନ୍ତି | ଏଥିରେ ପଣ୍ଡିତ ସୁରେନ୍ଦ୍ର କୁମାର ମହାପାତ୍ର , ସନ୍ନ୍ୟାସୀ ବିଜୟ ରାଘବେନ୍ଦ୍ର ଦାସଜୀ ମହାରାଜ , ବ୍ରହ୍ମଚାରୀ ହିମାଂଶୁଜୀ ମହାରାଜ ପ୍ରମୁଖ  ଆଶ୍ରୀବଚନ ଦେବାର କାର୍ଯ୍ୟକ୍ରମ ରହିଛି  | ଅମୂଲ୍ୟ କୁମାର ରାୟ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିବା ବେଳେ ସଂଯୋଜକ ପ୍ରହଲ୍ଲାଦ ଚରଣ ମହାନ୍ତି , ପ୍ରକାଶ ଚନ୍ଦ୍ର ରାୟ, ଅଶୋକ କୁମାର ରାୟ ଓ ଶ୍ରୀରାମ ମଣ୍ଡପର ସମସ୍ତ କର୍ମକର୍ତ୍ତା ସହଯୋଗ କରୁଛନ୍ତି  |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ