୩୭ତମ ପ୍ରାଦେଶିକ ଖେଳକୁଦ ସମାରୋହ

ଛତ୍ରପୁର,(ଓ୍ବାଇଏନଏସ) : ବିଦ୍ୟାଭାରତୀ, ଶିକ୍ଷା ବିକାଶ ସମିତି ଓଡିଶା ଙ୍କ ଦ୍ୱାରା ଛତ୍ରପୁର ଠାରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଆନୁକୁଲ୍ୟ ରେ  ୩୭ତମ ପ୍ରାଦେଶିକ ଖେଳକୁଦ ସମାରୋହ   ୩ଦିନ ଧରି ଅନୁଷ୍ଠିତ ହେବ।  ଜାନୁଆରୀ  ୩୦, ୩୧ ଓ  ଫେବୃଆରୀ ୦୧ ଅନୁଷ୍ଠିତ ହେବାକୁ ଥିବା ଏହି ସମାରୋହରେ ସମସ୍ତ ପ୍ରକାର ପ୍ରସ୍ତୁତି  ଶେଷ ହୋଇଛି ବୋଲି ଗୁରୁବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଓଡିଶା  ଶିକ୍ଷା ବିକାଶ ସମିତି ର ସାଧାରଣ ସମ୍ପାଦକ ଡ଼ଃ ସରୋଜ କୁମାର ହାତୀ ସୂଚନା ଦେଇଛନ୍ତି । ଉକ୍ତ ଖେଳକୁଦ ଶିଶୁବିଦ୍ୟା ମନ୍ଦିର, ସଂକୁଳ ଓ ସମ୍ଭାଗ ସ୍ତରରୁ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି କୃତକାର୍ଯ୍ୟ ହୋଇଥିବା କ୍ରୀଡାବିତ୍ ଭାଇଭଉଣୀ ଏଥିରେ ଅଂଶ ଗ୍ରହଣ କରିବେ । ବିଦ୍ୟାଭାରତୀଙ୍କ ଯୋଜନା ଅନୁସାରେ ଶିଶୁମାନଙ୍କର ପଞ୍ଚକୋଷାତ୍ମକ ବିକାଶ ଦୃଷ୍ଟିରୁ ଶାରୀରିକ ଶିକ୍ଷାକୁ ଆଧାରଭୂତ ବିଷୟରେ ସ୍ଥାନିତ କରାଯାଇଛି । ଯାହାକି ଜାତୀୟ ଶିକ୍ଷାନୀତି ୨୦୨୦ରେ ଶାରୀରିକ ଶିକ୍ଷା ଓ ଖେଳକୁଦକୁ ଗୁରୁତ୍ୱ ପ୍ରଦାନ କରାଯାଇଛି । ଏହି ଖେଳକୁଦ ସମାରୋହରେ ସମଗ୍ର ପ୍ରଦେଶର ୩୦ ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବା ଅଣ୍ଡର – ୧୪, ଅଣ୍ଡର – ୧୭, ଅଣ୍ଡର – ୧୯ ବର୍ଗର ଭାଇ ଭଉଣୀ ୮୬ଟି ଇଭେଣ୍ଟ ରେ ୨୩୦ ଜଣ ଭାଇ ଓ ୨୨୦ ଜଣ ଭଉଣୀ ମୋଟ ୪୫୦ ଜଣ ପ୍ରତିଭାଗୀ ଓ ୬୦ ଜଣ କ୍ରୀଡା ପରିଚାଳକ ଏବଂ ୧୨୦ ଜଣ ସହାୟକ ଆଚାର୍ଯ୍ୟ ଆଚାର୍ଯ୍ୟା ସ୍ଥାନୀୟ ଶିଶୁବିଦ୍ୟା ମନ୍ଦିରର ୫୫ ଜଣ ଆଚାର୍ଯ୍ୟ ଆଚାର୍ଯ୍ୟା ଭାଗ ନେବେ । ଉକ୍ତ ଖେଳକୁଦ ସମାରୋହରେ ମୁଖ୍ୟ ଅତିଥି ଭାବେ   କ୍ରୀଡା, ଉଚ୍ଚଶିକ୍ଷା, ଯୁବ ବ୍ୟାପାର, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି  ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ   ଓ ସମ୍ମାନିତ ଅତିଥି ଭାବେ  ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ   ବିଭୂତି ଭୂଷଣ ଜେନା   ଏବଂ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଙ୍କ ସମେତ ଅନ୍ୟାନ୍ୟ ଅତିଥି ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି l ଏହି ସାମ୍ବାଦିକ ସମ୍ମିଳନୀ ରେ ପ୍ରାନ୍ତ ନିରୀକ୍ଷକ ଅଶ୍ୱିନୀ କୁମାର ନାୟକ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସଭାପତି ପଦ୍ମ ଚରଣ ସାହୁ, ସମ୍ପାଦକ ସନ୍ତୋଷ କୁମାର ସାହୁ, ପ୍ରାନ୍ତ ଖେଳକୁଦ ପ୍ରମୁଖ ସଞ୍ଜୟ କୁମାର ମିଶ୍ର, ସମ୍ଭାଗ ସଂଯୋଜକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ଓ ପ୍ରଧାନଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶ ପ୍ରମୁଖ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ