୩ୟ ବାର୍ଷିକ ଦୋଳ ମହୋତ୍ସବ ଉଦଯାପିତ
କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ):ସବୁ ଉତ୍ସବ ପରେ ଆଉ ଏକ ଉତ୍ସବ ଥାଏ ତାହାକୁ ମହୋତ୍ସବ କୁହାଯାଏ। ମୁକ୍ତ ଆକାଶ ତଳେ ହଜିଯାଏ ଆନନ୍ଦ ସେଠି ମହୋତ୍ସବ ଉପଲବ୍ଧି। କଳା, ସଂସ୍କୃତି ଓ ପରମ୍ପରାକୁ ପ୍ରଚାର ସହ ସ୍ଥାନୀୟ ଲୁକ୍କାୟିତ ପ୍ରତିଭାକୁ ପ୍ରସାର କରିବା ଦିଗରେ ମହୋତ୍ସବ ବେଶ ଭଲ। ଉଦୁଯାପନୀ ସନ୍ଧ୍ୟାରେ ଓଡିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୋଳ ମହୋତ୍ସବ ରେ ଲଉଡ଼ି ଖେଳ କୁ ଉପଭୋଗ କରିବା ସହ ମହୋତ୍ସବ ସମ୍ପର୍କରେ ସ୍ମୃତି ସାଉଁଟିଥିଲେ। ପୁରୀ ଜିଲ୍ଲା କାକଟପୁର ତହସିଲ ନିକଟସ୍ଥ ମେଳଣ ପଡିଆ ରେ ତୃତୀୟ ବାର୍ଷିକ ଦୋଳ ମହୋତ୍ସବ ର ଉଦୁଯାପନୀ ସନ୍ଧ୍ୟା ରେ ମୁଖ୍ୟଅତିଥି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା , ବିଜେପି ପୂର୍ବତନ ଉପ ସଭାପତି ଗୋଲେଖ ମହାପାତ୍ର, ଅଭ୍ୟର୍ଥନା କମିଟି ସମ୍ପାଦକ ତଥା ସମାଜସେବୀ ପ୍ରତାପ ପରିଡା, ଜଗତସିଂହପୁର ସାଂସଦ ଙ୍କ ଜିଲ୍ଲା ପ୍ରତିନିଧି ସୁଦର୍ଶନ ସ୍ୱାଇଁ, ସମାଜସେବୀ ସୁବାଷ ମହାନ୍ତି ପ୍ରମୁଖ ଯୋଗଦେଇ ଥିଲେ। ଯେଉଁ କଳା, ସଂସ୍କୃତି ଗର୍ବିତ କରିଛି ତାକୁ ଭୁଲିବା ଉଚିତ ନୁହେଁ ବୋଲି ଅତିଥି ମାନେ ମତ ଦେଇଥିଲେ। ଅଭିନେତ୍ରୀ ଓ ଗାୟିକା ଅନୁରାଧା ପାଣିଗ୍ରାହୀ ଗ୍ରୁପ ର ସୁମଧୁର ଗୀତ ସହ ସମ୍ବଲପୁରୀ, ଢେମସା ନୃତ୍ୟ ଶିଳ୍ପୀ ଙ୍କ ଦ୍ୱାରା ଶିବ ତାଣ୍ଡବ , ଘୁମୁରା ଓ ଜେମ୍ସ ଗ୍ରୁପ ର ନାଚ ଓ ଗୀତରେ ବିମୋହିତ ଦର୍ଶକ।ବର୍ଣ୍ଣାଢ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ କୁ କାକଟପୁର ଦୋଳ ମହୋତ୍ସବ କମିଟିର ସଦସ୍ୟ ବୃନ୍ଦ ପରିଚାଳନା କରିଥିଲେ।


