‘ପ୍ରଜାତନ୍ତ୍ର’ର ୭୮ତମ ଜନ୍ମବାର୍ଷିକୀ ସମାରୋହ ଅନୁଷ୍ଠିତ ହୋଇଯାଇଛି

କଟକ,(ଓ୍ବାଇଏନଏସ):ଓଡ଼ିଆ ଭାଷାକୁ ଲୋକଙ୍କ ମଧ୍ୟରେ ପହଞ୍ଚାଇବାର ଗୁରୁୁ ଦାୟିତ୍ୱ ନେଇଥିଲା ‘ପ୍ରଜାତନ୍ତ୍ର’। ତତ୍କାଳୀନ ଓଡ଼ିଆଙ୍କ ଭାବନାର କଥାକୁ ହୃଦୟଙ୍ଗମ କରି ଖବର ମାଧ୍ୟମରେ ପହଞ୍ଚାଇବା ପାଇଁ ଏହି ଖବରକାଗଜ କାର୍ଯ୍ୟ କରୁଥିଲା। ସ୍ୱଦେଶୀ ଚିନ୍ତା ଓ ଚେତନାକୁ ଜାଗ୍ରତ କରିବା, ବୁଦ୍ଧିଜୀବୀଙ୍କ ମଧ୍ୟରେ ସାମ୍ବାଦିକତାକୁ ଆଦୃତ କରିବାରେ ‘ପ୍ରଜାତନ୍ତ୍ର’ କାର୍ଯ୍ୟ କରୁଥିଲେ। ଓଡ଼ିଆ ଭାବେ ଆମେ ନିଜକୁ ଯେତେ ଗର୍ବ ଅନୁଭବ କରିବା କଥା, ତା’ଠାରୁ ଅଧିକ ଏହାର ଉନ୍ନତି ପାଇଁ ପ୍ରଚେଷ୍ଟା କରିବା ଆବଶ୍ୟକ। ଓଡ଼ିଆ ଭାଷାକୁ ରୁଦ୍ଧିମନ୍ତ କରିବା ଆମର ଲକ୍ଷ୍ୟ ହେବା ଉଚିତ ବୋଲି ବାଚସ୍ପତି ସୁରମା ପାଢ଼ୀ କହଛନ୍ତି । ଚାନ୍ଦିନୀଚୌକ ବିହାରୀବାଗସ୍ଥିତ ବିଷୁବ ମଣ୍ଡପରେ ଦୈନିକ ଖବରକାଗଜ ‘ପ୍ରଜାତନ୍ତ୍ର’ର ୭୮ତମ ଜନ୍ମବାର୍ଷିକୀ ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥିଭାବେ ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ଯୋଗଦେଇ ଏହ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ଉପରୋକ୍ତ ମତ ଦେଇଥିଲେ। ସେ କହିଥିଲେ, ସ୍ୱାଧୀନତା ସଂଗ୍ରାମ ସମୟରେ ମହିଳା ସଶକ୍ତୀକରଣର ଯେଉଁ ଧ୍ୱଜା ଉଡ଼ିଥିଲା ସେଥିରେ ‘ପ୍ରଜାତନ୍ତ୍ର’ର ପ୍ରତିଷ୍ଠାତା ଡ. ହରେକୃଷ୍ଣ ମହତାବଙ୍କ ପତ୍ନୀ ସୁଭଦ୍ରା ମହତାବଙ୍କ ଭୂମିକା ଅନସ୍ୱୀକାର୍ଯ୍ୟ । ୭୫ରୁ ୧୦୦ ବର୍ଷ ଶତାୟୁ କାଳଖଣ୍ଡ ଯାହା ଅମୃତ କାଳ ଭାବରେ ଗ୍ରହଣ କରାଯାଏ, ଏହ ଅନୁଷ୍ଠାନ ଆଜି ସେହି ଅମୃତ ଲଗ୍ନରେ ପ୍ରବେଶ କରଛି ବୋଲି ଶ୍ରୀମତୀ ପାଢ଼ୀ ମତବ୍ୟକ୍ତ କରିଥିଲେ । ଝାଡ଼ଖଣ୍ଡ ହାଇକୋର୍ଟର ପ୍ରାକ୍ତନ ମୁଖ୍ୟ ବିଚାରପତି ଡ. ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ‘ଗାଁ ମଜଲିସ୍’ କେବଳ ଆକର୍ଷଣ ବିଷୟବସ୍ତୁ ନଥିଲା, ବରଂ ତତ୍କାଳୀନ ସମାଜ ଓ ରାଜନୀତି ଦିଗବାରେଣୀ ଭଳି କାର୍ଯ୍ୟ କରୁଥିଲା ବୋଲି କହିଥିଲା। ସାଂସଦ ଭର୍ତ୍ତୃହରି ମହତାବ ସ୍ବାଗତ ଭାଷଣ ଦେଇ ଦେଶ ସ୍ୱାଧୀନତା ପୂର୍ବରୁ ସ୍ୱଦେଶୀ ଆନ୍ଦୋଳନ ଓ ସ୍ୱାବଲମ୍ବନର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାରେ ପ୍ରଜାତନ୍ତ୍ର ମୁଖ୍ୟ ଭୂମକିା ନିର୍ବାହ କରଥିିଲା ବୋଲି କହିଥିଲେ । ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଲୋକରଞ୍ଜନ ମହତାବ ମଞ୍ଚାସୀନ ଥିଲେ। ଏହ ଅବସରରେ ଡ. ହରେକୃଷ୍ଣ ମହତାବଙ୍କ ଆତ୍ମଜୀବନୀ ‘ସାଧନାର ପଥେ’ର ଇଂରାଜୀ ଅନୁବାଦ ଏବଂ ‘ଗାଁ ମଜ୍‌‌ଲିସ’ର ଦ୍ୱାଦଶ ଖଣ୍ଡକୁ ଅତଥିମାନେ ଉନ୍ମୋଚନ କରଥିଲେ । ବାର୍ତ୍ତା ସମ୍ପାଦକ ଜ୍ଞାନରଞ୍ଜନ ସାମନ୍ତରାୟ ଧନ୍ୟବାଦ ଦେଇଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ