ଅଷ୍ଟମ ପ୍ରହର ନାମଯଜ୍ଞ ଅନୁଷ୍ଠିତ
ନାଉଗାଁ (ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଅଲଣା ପଂଚାୟତର ବେଣାପଡା ଗ୍ରାମରେ ବାବାଜୀ ରମାନାଥ ଦାସଙ୍କ ୧୦୮ତମ ଜନ୍ମ ବାର୍ଷିକ ଚୈତ୍ର ପୂର୍ଣ୍ଣମୀ ଦିନ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି | ଏଥିରେ ବେଣାପଡା ଗ୍ରାମବାସୀଙ୍କ ସହିତ ଆଖପାଖରୁ ବହୁ ଶ୍ରଦ୍ଧାଳୁ ପ୍ରତ୍ୟହ ସକାଳ ଓ ସନ୍ଧ୍ୟାରେ ଆଳତୀ ଦର୍ଶନ କରିବା ସହିତ ବହୁ ସାଧୁ ସନ୍ଥମାନଙ୍କ ଆଶୀର୍ବାଦ ପ୍ରାପ୍ତି କରିଛନ୍ତି | ଉପସ୍ଥିତ ଥିବା ଶ୍ରଦ୍ଧାଳୁଙ୍କ ମତରେ ବାବାଜୀ ରଘୁନାଥ ଦାସ ସ୍ଥାନୀୟ ଅଞ୍ଚଳରେ ଓ ସାରା ଓଡିଶାରେ ପରିଚିତ ସନାତନ ଧର୍ମ ଜଗନ୍ନାଥ ସଂକୃତି ଓ ଭାଗବତ ପ୍ରଚାର ପ୍ରସାରରେ ତାଙ୍କର ଭୂମିକା ଗୁରୁତ୍ୱ ପୂର୍ଣ୍ଣଥିଲା ବୋଲି ପ୍ରକାଶ କରିଛନ୍ତି |


