ଚୋରବାଲି ଚାଲାଣ ଓ ବେଆଇନ ଡ଼ମ୍ପିଙ୍ଗରେ ପ୍ରଶାସନ ନିଦାବିଷ୍ଣୁ : ଲକ୍ଷଲକ୍ଷ ରାଜସ୍ୱ ହରାଉଛନ୍ତି ସରକାର
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ): ରାଜ୍ୟରେ ଚୋରା ବାଲି ରୋକିବା ପାଇଁ ରାଜ୍ୟ ସରକାର ପ୍ରଶାସନକୁ ଲଗାଇ ଧର ପକଡ କରି ଚାଲି ଥିବା ଦେଖିବାଳୁ ମଲିଛି। କିନ୍ତୁ ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକରେ ଚୋରା ବାଲି ଚାଲାଣ ଓ ବେଆଇନ ବାଲି ଡଂପିଙ୍ଗ କରି ବାଲି ବେପାରୀ ଓ ଦଲାଲ ଲକ୍ଷ ଲକ୍ଷ ଟଙ୍କା ମୁନାଫା ନେଇଥିବା ବେଳେ ଲକ୍ଷ ଲକ୍ଷ ଟଙ୍କାର ସରକାରଙ୍କ ରାଜସ୍ୱ ହରାଉ ଥିବା ଦେଖିବାକୁ ମିଳିଛି। ସରକାର ଆସିବା ପରେ ଚୋରା ବାଲି ଧର ପକଡ କରିବା ପାଇଁ ପୋଲିସ ସାମିଲ କରିଥିଲେ। ସେହି ସମୟରେ ପୋଲିସ ଧରପକଡ କରିଥିଲେ। କିନ୍ତୁ ରାଜସ୍ୱ, ଖଣି, ବନବିଭାଗ, ଓ ପୋଲିସ କଣ କେଜାଣି ସତରେ ଆଇନି କୁଆଡେ ବନ୍ଦ ହୋଇଗଲା ବୋଲି ଚୁପ ବସିବା ଘଟଣା ଲୋକଙ୍କ ସରକାର ପ୍ରତି ଆଙ୍ଗୁଳି ନିର୍ଦେଶ କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି। ନିୟମ କଣ ବଦଳି ଗଲା ନା ଆଇନ ବଦଳି ହୋଗଲାଯେ ଆଉ ଧର ପକଡ କରୁ ନାହାନ୍ତି। କିଏ ଫନ କଲେ ଯାଉଛି ବୋଲି କହି ଚୋରା ବାଲି ବେପାରୀଙ୍କ ସହ ସାଣ୍ଠ ଗାଣ୍ଠ ହୋଇ ତିନି ବିଭାଗର ଛତ୍ର ଛାୟା ତଳେ ରଖି କୁଆଡେ ଚୋରାରେ ବାଲି ଚାଲାଣ କରୁଥିବା ଅଭିଯୋଗ ହୋଇଛି। ଏହି ତହସିଲ ଅଞ୍ଚଳର ବେଲକଣା ନିକଟସ୍ତ ନାଗାବଳି ନଦୀରେ ବାଲି ଉଠାଣ ପାଇଁ ବାଲି ସୌରତ ଜୈନିକ ବ୍ୟକ୍ତିଙ୍କୁ ସରକାର ନିଲାମ ମାଧ୍ୟମରେ ପ୍ରଦାନ କରାଯାଇଛି। କିନ୍ତୁ ସରକାରଙ୍କ ନିୟମ ଅନୁସାରେ ନଦୀରୁ ଲୋକଙ୍କ ଦ୍ୱାରା ବାଲି ବାହାର ନିୟମ ରହିଥିବା ବେଳେ ଆଇନକୁ ଫୁ କରି ଜେସିବି ମାଧ୍ୟମରେ ଦିନରାତି ଟ୍ରାକ୍ଟର ମାଧ୍ୟମରେ ବାଲି ଉଠାଯାଉଛି। ଉକ୍ତ ବାଲିକୁ ବେଲକଣା ଆଶ୍ରମ ବିଦ୍ୟାଳୟ ନିକଟରେ ଓ ବେଲକଣା ଓ ଭିତର ଝୋଲା ମୁଖ୍ୟ ରାସ୍ତା କଡ଼ରେ ବେଆଇନ ବାଲି ଡଂପିଙ୍ଗ କରି ରାତି ଦିନ ଚୋରା ବାଲି ଚାଲାଣ କରା ଯାଉଥିଲେ ମଧ୍ୟ ରାଜସ୍ୱ, ବନ ବିଭଗ, ଖଣି ବିଭାଗ ଓ ପୋଲିସ ଅନ୍ଧ ପୁଟୁଳି ବାନ୍ଧି ବସିବାରୁ ଚୋରା ବେପାରୀ ମାନଙ୍କ ଦୌରାମ୍ୟ ବଡ଼ିବା ସହ ବିଭଗୀୟ ଅଧିକାରୀ ମାନଙ୍କ ହାତ ଚିକଣ ହେଉଥିବାରୁ ସରକାର ଲକ୍ଷ ଲକ୍ଷ ରାଜସ୍ୱ ହରାଉଛନ୍ତି ବୋଲି ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି। ଘର ଖଣ୍ଡିକ ପାଇଁ ବାଲି ନେବାବେଳେ ରାଜସ୍ୱ, ପୋଲିସ, ଖଣି ବନ ବିଭାଗ ଧରି ଜବତ କରି ଫାଇନ ପକାଉ ଥିବାଛନ୍ତି। କିନ୍ତୁ ଦିନରାତି ଚୋରାରେ ବାଲି ଚାଲାଣ ଓ ବେଆଇନ ଡ଼ମ୍ପିଙ୍ଗ ପାଇଁ କାହିଁକି ଧରପକଡ କରୁନଥିବାରୁ ଉକ୍ତ ବିଭାଗ ଉପରେ ସନ୍ଦେହ ପ୍ରକାଶ ପାଇଛି ବୋଲି ସାଧାରଣର ଚର୍ଚା ଜୋର ଧରିଛି।ଜିଲ୍ଲା ପ୍ରଶାସନ ଏସବୁ ଜାଣି କଣପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।


