ପ୍ରଶାସନର ଉଛେଦ ପ୍ରକ୍ରିୟା ପାଲଟିଛି ପ୍ରହସନ

କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ) ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରରେ ଡ୍ରେନ ଉପରେ କରିଥିବା ଘର ଓ ଦୋକାନ ଉଛେଦ ପ୍ରକ୍ରିୟା ପ୍ରହସନ ପାଲଟିଥିନା ଅଭିଯୋଗ ହୋଇଛି। କଲ୍ୟାଣସିଂହପୁର ଠାରୁ ରାୟଗଡା ପର୍ଯ୍ୟନ୍ତ ୪୫ନମ୍ବର ରାଜ୍ୟରାଜ ପଥ ନିର୍ମାଣ କାର୍ଯ୍ୟ ଶେଷ ହୋଇ ଯାଇଛି । କଲ୍ୟାଣସିଂହପୁର ସଦରରେ ରାସ୍ତା ନିର୍ମାଣ କରିବା ସହ ଉଭୟ ପାର୍ଶ୍ୱରେ ଡ୍ରେନ ନିର୍ମାଣ କରି ତା ଉପରେ ପ୍ଲେଟ ପକାଇଥିଲେ ପୂର୍ତ୍ତ ବିଭାଗ। ଉକ୍ତ ଡ୍ରେନ ଉପରେ କିଛି ଲୋକ ଓ ଦୋକାନୀ ଘର ତିଆରି କରି ଦୋକାନ ଖୋଲି ଥିବାରୁ  ମୁଖ୍ୟ ରାସ୍ତା ସଙ୍କଚିତ ହୋଇ ପଡିଛି। ରାସ୍ତା ଉପରେ ଉଠା ଦୋକାନୀ ମାନେ ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ରାସ୍ତାରେ ପସରା ମେଲାଇ ରହିଥିବା ଯୋଗୁଁ ଟ୍ରାଫିକ ସମସ୍ୟା ଦେଖା ଦେଉଛି । ଜିଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀରେ ଗ୍ରାମବାସୀ ଅଭିଯୋଗ କରିବା ସହ ଉକ୍ତ ଖବର ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ  ପ୍ରକାଶ ପାଇବା ପରେ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ନିର୍ଦ୍ଧେଶ ରେ   ଯନ୍ତ୍ରୀ ରାଜୀବ ବେହେରା ସମେତ ତହସିଲଦାର ରଞ୍ଜନକୁମାର ମାନସେଠ, ଥାନା ଅଧିକାରୀ  ନୀଳକଣ୍ଠ ବେହେରା, ରାଜସ୍ବ ନିରୀକ୍ଷକ ପ୍ରମୁଖ ଉପସ୍ଥିତ ରହି ସଦର ହନୁମାନ ମନ୍ଦିର ଠାରୁ ବ୍ଲକ ପର୍ଯ୍ୟନ୍ତ  ଡ୍ରେନ ଉପରେ କରିଥିବା ଦୋକାନ ଗୁଡିକୁ  ଡ୍ରେନ ର କିଛି ଦୂରରେ ରଖିବା ପାଇଁ କହି ଚିହ୍ନଟ ଦେଇଥିଲେ, ଚିହ୍ନଟ କରିଥିବା ଦୋକାନ ଗୁଡିକ ୭ଦିନ ମଧ୍ୟରେ ଭଙ୍ଗାବା ପାଇଁ ପ୍ରଶାସନ କହିଥିଲେ ।ଉଠାଦୋକାନୀ ମାନେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ  ରାୟଗଡା ଜନଜାତି ଗ୍ରାମୀଣ ହାଟ  ଠାରେ ଦୋକାନ ଖୋଲିବା ପାଇଁ  ନିର୍ଦ୍ଧେଶ ଦେଇଥିଲେ  । କିନ୍ତୁ ପ୍ରଶାସନର କଥା କୁ ବେଖାତିରି କରି ବ୍ୟବସାୟୀ ମାନେ ରାସ୍ତା ଉପରେ ପସରା ମେଲେଇ ବସି ରହିଛନ୍ତି .ଯାହାଫଳରେ ଗାଈଗୋରୁ, କୁକୁର ରାସ୍ତା ଉପରେ ଆଡା ଜମାଇଥିବାରୁ ଟ୍ରାଫିକ ସମସ୍ୟା ଦେଖାଦେଉଛି,  ରାସ୍ତା ଚିହ୍ନଟ କରି  ପ୍ରାୟ ୪0ଦିନ ବିତି ଯାଇଥିଲେ ସୁଦ୍ଧା  ପ୍ରଶାସନ ହାତବାନ୍ଧି ବସିଛନ୍ତି। କାହାର ଚାପର ପ୍ରଭାବ ନା ପ୍ରଶାସନ ଓ ବ୍ୟବସାୟୀ ଙ୍କ ମଧୁଚନ୍ଦ୍ରିକା ଯୋଗୁଁ କାର୍ଯ୍ୟ ଅଟକି ରହିଛିକି ବୋଲି ବୁଦ୍ଧିଯିବି ମହଲରେ ଜୋର ଚର୍ଚ୍ଚା ଧରିଛି।ଏହାର ତୁରନ୍ତ ପଦକ୍ଷପ ନେବାପାଇଁ ଗ୍ରାମବାସୀ ଦାବି କରିଛନ୍ତି .

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ