ମା ଝାଡେଶ୍ୱରୀ ପୀଠରେ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ
ନିମାପଡ଼ା,(ସନ୍ତୋଷ କୁମାର ଦାଶ): ଚାରିଛକ ନିକଟସ୍ଥ ଛଣିଜଙ୍ଗ ପଂଚାୟତ ଲଙ୍କପଡ଼ା ଆଇଁଷିମୁଳ ଠାରେ ଥିବା ମା ଝାଡେଶ୍ୱରୀ ପୀଠରେ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଯଜ୍ଞ ପାଇଁ ଛଣିଜଙ୍ଗ ପଞ୍ଚାୟତ ପୋଖରୀ ରୁ ଶ୍ରଦ୍ଧାଳୁ ମାନେ କଳସ ରେ ପାଣି ଆଣି ମଣ୍ଡପରେ ସ୍ଥାପନ କରିବା ପରେ ବିଶ୍ଵଶାନ୍ତି ମହାଯଜ୍ଞ ଆରମ୍ଭ ହୋଇ ଥିଲା। ଏହି ଯଜ୍ଞ ରେ ମୁଖ୍ୟ କର୍ତ୍ତା ଭାବେ କୁମର ମହାରଣା ଓ କର୍ତ୍ତି ଭାବେ ମିନତୀ ମହାରଣା ଯଜ୍ଞ ରେ ବସିଥିବା ବେଳେ ପଣ୍ତିତ ଅମୂଲ୍ୟ କୁମାର ମିଶ୍ର, ତପନ କୁମାର ମିଶ୍ର ମହାଯଜ୍ଞ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ଯଜ୍ଞ ର ଉଦ୍ ଯାପନୀ ସଂଧ୍ୟାରେ ନିମାପଡା ଗୋପ ଅଞ୍ଚଳର ବିଜୁ ଜନତାଦଳର ନେତା ସୁବ୍ରତ ଛାଟୋଇ,୧୮ ନଂ ଜିଲାପରିଷଦ ସଭ୍ୟା କୁଞ୍ଜଲତା ସାମଲ ,ନିମାପଡା ବ୍ଲକ ବିଜେଡି ସଭାପତି ଭାଗ୍ୟଧର ଖଟୋଇ , ୨୧ନଂ ଜିଲାପରିଷଦଙ୍କ ପ୍ରତିନିଧି ଦୁର୍ଲଭ ନାୟକ ,ପ୍ରଦୀପ୍ତ ପ୍ରକାଶ ସ୍ୱାଇଁ ,ପ୍ରଫୁଲ୍ଲ ନାୟକ ,ପ୍ରଦୀପ୍ତ ଦାସ ,ଦୁର୍ଯ୍ୟୋଧନ ଭୋଇ ପ୍ରମୁଖ ବିଶ୍ଵଶାନ୍ତି ମହାଯଜ୍ଞ ର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଥିଲେ। ବିଭିନ୍ନ ଅଞ୍ଚଳରୁ ଶତାଧିକ ଶ୍ରଦ୍ଧାଳୁ ଆସି ପୂର୍ଣ୍ଣାହୁତି ଦେଖିବା ସହିତ ମା ଝାଡେଶ୍ୱରୀଙ୍କୁ ଦର୍ଶନ କରିଥିଲେ ।


