ମନ୍ତ୍ରଧ୍ୱନିରେ ପ୍ରକମ୍ପିତ ହେଲା ବେଳାଭୂମି
କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ):-୦୫/୧୧:-ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପ୍ରାଚୀନ ଉତ୍କଳର ନୌବାଣିଜ୍ୟ ପରମ୍ପରା, ଐତିହ୍ୟ, ବୈଭବ ପ୍ରାଚୀ ତଟର ସମୃଦ୍ଧଶାଳୀ ସାଂସ୍କୃତିକ ଚେତନାକୁ ପ୍ରତିଟି ବୀର ଓଡ଼ିଆଙ୍କ ହୃଦୟରେ ଉଜ୍ଜୀବିତ କରିବା ଉଦେଶ୍ୟରେ ବୋଇତବନ୍ଦାଣ ଉତ୍ସବ -୨୦୨୫ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଉଦୟପୁର ଘାଟ ରୁ କଣମଣ ଘାଟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଛି। ଖବର ମୁତାବକ ବୁଧବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପ୍ରାତଃ ରୁ ବେଳାଭୂମି ଯଜ୍ଞ ମହୋତ୍ସବ ପାଈଁ ଗୋମାତା ପୂଜନ, କଳସ ଶୋଭାଯାତ୍ରା, ଗଙ୍ଗେଶ୍ୱର ମହାଦେବଙ୍କ ଆବାହନ ଏବଂ ଘଟ ସ୍ଥାପନ, ସୂର୍ଯ୍ୟ ପୂଜା, ଯଜ୍ଞ ପ୍ରାରମ୍ଭ ପରେ ସାଧବପୁଅ ମାନଙ୍କର ଯଜ୍ଞ ମହୋତ୍ସବ କୁ ଶୋଭାଯାତ୍ରା, ସ୍ୱାମୀଜୀ ଙ୍କ ଆଶୀଵର୍ଚ୍ଚନ ସମେତ ସମୁଦ୍ର ଆଳତି କାର୍ଯ୍ୟକ୍ରମ କରାଯାଇଥିଲା ବୋଲି ସାଂସ୍କୃତିକ ସମ୍ପାଦକ ଶ୍ରୀଯୁକ୍ତ ସୁଦର୍ଶନ ସ୍ୱାଇଁ ସୂଚନା ଦେଇଛନ୍ତି। ସାଧବପୁଅ ମାନଙ୍କୁ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ରେ ପ୍ରତ୍ୟୁଷ ରୁ ବେଳାଭୂମି ଯଜ୍ଞ ମହୋତ୍ସବ ସମିତି ତରଫରୁ ଆୟୋଜିତ ବୋଇତ ବନ୍ଦାଣ ଉଦୟପୁର ଘାଟ ରୁ ପ୍ରାତଃ ରୁ ଶୁଭାରମ୍ଭ କରାଯାଇ ମାଗୁରା, ଗୋସିଙ୍ଗା ଓ ତିରିକଣା, ଅଶୁରଖଳା, ଗଡ଼ନୟରଛଡା, ବାଙ୍ଗୁରିଗାଁ, ଖୁଦୁରୁକୁଣା, ନାସିକେଶ୍ୱର, ତେନ୍ତୁଳିଆ, ସାହୁବୁଦା ଓ ତୟା, ଇନାୟତପୁର, ଶିଶୁଅ, ସାନସିରେଇ, ବେଳଙ୍ଗ, ତଣ୍ଡାହାର, କେଉଟଜଙ୍ଘା, ନଟରା ଓ କରାଳ ଦେଇ କଣମଣ ସେତୁ ଅଥବା କଣମଣ ଘାଟରେ ସଂକୀର୍ତ୍ତନ ମଣ୍ଡଳୀ ଦ୍ୱାରା ସାଧବପୁଅ ମାନଙ୍କୁ ସ୍ୱାଗତ କରାଯାଇଥିଲା। ବେଳାଭୂମି ବାଲିଯାତ୍ରା ଓ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ହିନ୍ଦୁ ଧର୍ମ, ସଂସ୍କୃତି ଓ ପରମ୍ପରାର ଦୃଢ଼ୀକରଣ ଓ ପ୍ରସାର ନିମନ୍ତେ ଅସ୍ତରଙ୍ଗ ବେଳାଭୂମିରେ ଅଧିଷ୍ଠିତ ହେବାକୁ ଥିବା ଶ୍ରୀ ଶ୍ରୀ ଗଙ୍ଗେଶ୍ୱର ମହାଦେବ ଙ୍କ ପୀଠରେ ଅଷ୍ଟମ ବାର୍ଷିକ ଯଜ୍ଞ ମହୋତ୍ସବ ରେ କର୍ତ୍ତା ଭାବେ ପ୍ରକାଶ ନାୟକ ଓ ସହ ଧର୍ମିଣୀ ହୋଇଥିବା ବେଳେ ପଣ୍ଡିତ ମାନଙ୍କ ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ବେଳାଭୂମି ସମେତ ସାରା ଗଗନ ପବନ।ଏହା ସହ ସମୁଦ୍ର ଆଳତୀ ଏବଂ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।ବାଲୁକା ଶିଳ୍ପୀ ସରିତା ଙ୍କ ଦ୍ୱାରା ବାଲୁକା ରେ ସୁନ୍ଦର କଳାକୃତି ସ୍ଥାପିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ବିଡ଼ିଓ ସୁଶ୍ରୀ ସସ୍ମିତା ବେହେରା, ଜଗତସିଂହପୁର ସାଂସଦ ଙ୍କ ଅସ୍ତରଙ୍ଗ ବ୍ଲକ ପ୍ରତିନିଧି ଦିବାକର ଛାଟୋଇ ଯଂଜ୍ଞ ମହୋତ୍ସବ ରେ ଯୋଗଦାନ କରିଥିଲେ।ବେଳାଭୂମି ଯଜ୍ଞ ମହୋତ୍ସବ ସଭାପତି ଅକ୍ଷୟ କୁମାର ପରିଡ଼ା, ସମ୍ପାଦକ ଚିନ୍ମୟ କୁମାର ଦାଶ, ଉପସଭାପତି ପ୍ରକାଶ କୁମାର ପରିଡ଼ା, ସହ ସମ୍ପାଦକ ମଙ୍ଗଳା ପ୍ରସାଦ ପରିଡ଼ା, ସାଂସ୍କୃତିକ ସମ୍ପାଦକ ସୁଦର୍ଶନ ସ୍ୱାଇଁ,କୋଷଧକ୍ଷ ସୁଶାନ୍ତ କୁମାର ପରିଡ଼ା ସମେତ ଅଶୋକ କୁମାର ଜେନା, ଶଙ୍କର ପ୍ରସାଦ ଜେନା, ରୂପନ ଭାଇ, ଉଲ୍ଲାସ ସ୍ୱାଇଁ , ଦେବାଶିଷ ବିଶ୍ଵାଳ , ସନ୍ତୋଷ ଜେନା , ବସନ୍ତ ଜେନା ,ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।


