ଭୂମି ପୂଜା ପୂର୍ବରୁ ଯଜ୍ଞର ଶୁଭାରମ୍ଭ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ବହୁ ପ୍ରତିକ୍ଷିତ ମା ତାରିଣୀ ସମନ୍ୱିତ ବିକାଶ ପ୍ରକଳ୍ପର ଶିଳା ନ୍ୟାସ ପୂର୍ବରୁ ଆଜି ପୀଠ ପରିସରରେ ହିନ୍ଦୁ ଧର୍ମ ଅନୁଯାୟୀ କର୍ମ କାଣ୍ଡ ପୂଜା ବିଧିରେ ଆରମ୍ଭ ହୋଇଛି ଯଜ୍ଞ କାର୍ଯ୍ୟକ୍ରମ । ଏହି ଅବସରରେ ଭୁବନେଶ୍ୱର ସ୍ଥିତ ବରିଷ୍ଠ  ପୁରୋହିତ ପଣ୍ଡିତ ଡ଼. ସୁଧାକର ମିଶ୍ର, ଲକ୍ଷ୍ମୀ ଧର ମିଶ୍ର, ଦେବାଶିଷ ମିଶ୍ର, ସୁଭାଶିଷ ମିଶ୍ର, ଅବିନାଶ ମିଶ୍ର,ପ୍ରମୁଖ ଯୋଗ ଦେଇ ଷୋଢଶ ଉପଚାର କରି ସୂର୍ଯ୍ୟ ପୂଜା, ଗୁରୁ ପୂଜା, ଗୋ ପୂଜା , ଯଜ୍ଞ ପୂଜା ଶୁଭାରମ୍ଭ କରିଥିଲେ । ଓଡିଶା ବ୍ରିଜ କାନଷ୍ଟରକ୍ସନ ନିଗମର ମୁଖ୍ୟ ଯନ୍ତ୍ରୀ ନରସିଂହ ମହାନ୍ତ,ସହଧର୍ମିଣୀ ନିବେଦିତା ମହାନ୍ତ ସକଳ୍ପ ରେ ବସିଥିଲେ। ପ୍ରାପ୍ତ ଖବର ଅନୁଯାୟୀ ପ୍ରାପ୍ତ ସକାଳୁ ମା ତାରିଣୀଙ୍କ ବଡ଼ସିଂହାର ପୂଜା ପରେ ମାଙ୍କ ଆଶିଷ ନେଇ ଏହି ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଛି । ମିଳିଥିବା ସୂଚନା ଅନୁସାରେ ଆଜି ଠାରୁ ଆସନ୍ତା କାଲି ପର୍ଯ୍ୟନ୍ତ ଏହି ଯଜ୍ଞ କାର୍ଯ୍ୟ ଚାଲିବ। ପରେ ପୂଜା, ଗୀତା ପାରାୟଣ, ଚଣ୍ଡୀପାଠ, ଓ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଆସିଲା ପରେ ପୂର୍ଣ୍ଣାହୁତି କରିବେ ବୋଲି ଜଣାପଡିଛି । ଅନୁରୂପ ଭାବେ ମନ୍ଦିର ପରିସରରେ ଗାୟତ୍ରୀ ପରିବାର ତରଫରୁ ନବକୁଣ୍ଡିୟ ଗାୟତ୍ରୀ ମହାଜଜ୍ଞର ଶୁଭାରମ୍ଭ କରାଯାଇଛି । ଏହି ଅବସରରେ  ସୁଦୂର ପଟଣାସ୍ଥିତ ବୈତରଣୀ ନଦୀରୁ ୧ 0୮ ଜଳ କଳସ ଆସି ଗାୟତ୍ରୀ ମଣ୍ଡପରେ କଳସ ସ୍ଥାପନ ପରେ ଯଜ୍ଞ ଆରମ୍ଭ ହୋଇଛି। ସନ୍ଧ୍ୟାରେ ଧର୍ମ ପ୍ରବଚନ ହେବା ସହ ଦୀପ ଯଜ୍ଞ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ