ଗଜରାଜପୁର ବାହାଲିଆସାହିଛକରେ ଥିବା ପୋଲ ବିପର୍ଯ୍ୟସ୍ତ : ପୋଲକୁ ସଂଯୋଗ କରିଛି ପୂର୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଗଜରାଜପୁର ବାହାଲିଆସାହି ଛକ ନିକଟରେ ଥିବା ପୋଲଟି ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଏହି ପୋଲଟି କେନାଲ ଉପରେ ହୋଇଥିବା ବେଳେ ପୋଲକୁ ପୂର୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ସଂଯୋଗ କରିଛି। ଉକ୍ତ ପୋଲ ଉପର ଦେଇ ଶହ ଶହ ଭାରିଯାନ ଯିବା ଆସିବା କରୁଥିବା ବେଳେ କେତେ ବେଳେ ପୋଲଟି ଭାଙ୍ଗିଯିବ ତାହା କହି ହେବ ନାହିଁ। ସୂଚନାଯୋଗ୍ୟ ଯେ ବାହାଲିଆସାହି ଛକ ଦେଇ ଜଳସେଚନ ବିଭାଗର ୧୯ (ଏ-୨) କେନାଲ ଯାଇଛି। ଏହି କେନାଲ ଉପରେ ପୋଲ ନିର୍ମାଣ ହୋଇଥିବା ବେଳେ ପୋଲକୁ ପୂର୍ତ ବିଭାଗର ଆଳିପିଙ୍ଗଳ-ପାଳସାହି ରାସ୍ତା ସଂଯୋଗ କରିଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଣ୍ଡାଳୋ-ଦେବୀଦୋଳ ବୈକୁଣ୍ଠ ସାରଣୀ ରାସ୍ତା ସଂଯୋଗ କରିଛି। ପୋଲଟି ସଂକୀର୍ଣ୍ଣ ଥିବାରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଦୀର୍ଘ ୫ ବର୍ଷ ତଳେ ରାସ୍ତା ସଂପ୍ରସାରଣ କରାଯାଇଥିବା ବେଳେ ପୋଲର ଉଭୟ ପାଶ୍ୱର୍କୁ ସଂପ୍ରସାରଣ କରିଯାଇଥିଲା। କିନ୍ତୁ ବର୍ତମାନ ପୋଲରୁ ସିମେଂଟ ଖସିବା ସହିତ ମଝିରେ ରଡ ଗୋଡି ଆଦି ବାହାରି ଖାଲ ସୃଷ୍ଟି ହୋଇଛି। ଏହି ରାସ୍ତା ଦେଇ ପ୍ରତ୍ୟେହ କଟକ, ଭୁବନେଶ୍ୱର, ନିଆଳି, ଆଳିପିଙ୍ଗଳ ଆଦିକୁ ଯାନବାହାନ ଯିବା ଆସିବା କରୁଥିବା ବେଳେ ବିଭିନ୍ନ ବାଲି ସୈରାତରୁ ହାଇୱା ମାଧ୍ୟମରେ ବାଲି ବିଭିନ୍ନ ସ୍ଥାନକୁ ପରିବହନ ହୋଇଥାଏ। ଭାରିଯାନ ଯିବା ଆସିବା କରିବା ଦ୍ୱାରା ଦିନକୁ ଦିନ ପୋଲ ବିପର୍ଯ୍ୟସ୍ତ ହୋଇପଡୁଛି। ତେଣୁ ଏହି ପୋଲକୁ ପୁନର୍ବାର ନିର୍ମାଣ କରିବା ପାଇଁ ସ୍ଥାନୀୟ ବାସିନ୍ଦା ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏବିଷୟରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ରମାକାନ୍ତ ମିଶ୍ରଙ୍କୁ ପଚାରିବାରେ ଏହି ସ୍ଥାନରେ ନୂତନ ପୋଲ ନିର୍ମାଣ କରିବା ପାଇଁ ବିଭାଗ ପକ୍ଷରୁ ଟେଣ୍ଡର ପ୍ରକିୟା ଶେଷ ହୋଇଛି। ଖୁବଶୀଘ୍ର ପୋଲ କାର୍ଯ୍ୟ କରାଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ