ଓଲଟିଲା ବସ, ଅଳ୍ପକେ ବର୍ତିଲେ ଯାତ୍ରୀ

 ହାଟଡିହି(ଓ୍ବାଇଏନଏସ):  ଛେନାପଦି – ବଉଳା ରାସ୍ତାର ବୈଦାଖିଆ  ନିକଟରେ ଓଲଟିଲା ଯାତ୍ରୀବାହୀ ବସ, ଅଳ୍ପକେ ବର୍ତି ଯାଇଛନ୍ତି ଯାତ୍ରୀ। ସୂଚନା ଅନୁସାରେ ଭୁବନେଶ୍ୱରରୁ ବଉଳା ଯାଉଥିବା ଶ୍ରୀଲକ୍ଷ୍ମୀ ବସଟି ସନ୍ଧ୍ୟା ସମୟରେ ଛେନାପଦି ଛକରେ ପହଞ୍ଚିଥିଲା। ଏହାର  ଚାଳକ ନିଶାଶକ୍ତ ହୋଇ ବସ ଚଳାଉ ଥିବା ଅଭିଯୋଗ କରି  ଯାତ୍ରୀମାନେ ନିଜକୁ ଅସୁରକ୍ଷିତ ମଣି ପାଟିତୁଣ୍ଡ କରି ଛେନାପଦି ଛକରେ ବସରୁ ଓଲ୍ହାଇ ପଡ଼ିଥିଲେ। ବସ ଚାଳକ ଜଣକ ବସ ଟିକୁ ନେଇ ବଉଳା ଅଭିମୁଖେ ଯାଉଥିବା ବେଳେ ମାତ୍ର ତିନି କିଲୋମିଟର ଯିବାପରେ ରାସ୍ତା କଡ଼କୁ ଓଲଟି ପଡିଥିଲା। ସୌଭାଗ୍ୟ ବଶତଃ ଯାତ୍ରୀମାନେ  ପୂର୍ବ ଷ୍ଟପେଜ ରୁ ଓଲ୍ହାଇ ପଡ଼ିଥିବାରୁ ବଡ଼ ଧରଣର ଦୁର୍ଘଟଣା ରୁ ରକ୍ଷା ପାଇ ଯାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ