ମା’ ତାରିଣୀଙ୍କୁ ୨୧୫ କୋଟି ଟଙ୍କାର ଅନୁଦାନ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଘଟଗାଁତାରିଣୀ ମନ୍ଦିରକୁ ୨୧୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣମାଝୀ । ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମା’ତାରିଣୀଙ୍କୁ ଦର୍ଶନ କରି ମା’ଙ୍କର କୃପାଲାଭ କରିବାପରେ ମା‘ଙ୍କମନ୍ଦିରର ଉନ୍ନତିକରଣ ନିମନ୍ତେ ୨୧୫ କୋଟି ଟଙ୍କାର ଅନୁଦାନଘୋଷଣା କରିଛନ୍ତି । ଏହି ଅର୍ଥରେ ଉନ୍ନତିକରଣ କାମ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଘଟଗାଁ ତାରିଣୀ ମନ୍ଦିରକୁ ୨୧୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମା’ ତାରିଣୀଙ୍କୁ ଦର୍ଶନ କରିମା’ଙ୍କର କୃପାଲାଭ କରିବାପରେ ମା‘ଙ୍କ ମନ୍ଦିରର ଉନ୍ନତି କରଣନିମନ୍ତେ ୨୧୫ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି ।  ମହାବିଷୁବ ବା ପଣା ସଂକ୍ରାନ୍ତି ଅବସରରେ କେନ୍ଦୁଝର ଜିଲ୍ଲା ଘଟଗାଁ ମା’ ତାରିଣୀଙ୍କ ପୀଠରେ ଭକ୍ତଙ୍କ ପ୍ରବଳଭିଡ଼ ପରିଲକ୍ଷିତ ହୋଇଛି । ମା’ତାରିଣୀଙ୍କର୮୯ତମଚଇତିପର୍ବର ୬ଷ୍ଠ ଦିନ ତଥା ପଣା ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷଅବସରରେ ଆଜି ମା’ଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଛି । ଏହାକୁ ଦୃଷ୍ଟିରେ ରଖି  ଶ୍ରଦ୍ଧାଳୁଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମନ୍ଦିର ପ୍ରାଙ୍ଗଣରେ ଭଜନ, ନୃତ୍ୟ, ଗୀତଆୟୋଜନ କରାଯିବା ସହିତ ଶ୍ରଦ୍ଧାଳୁଙ୍କୁ ମାଗଣାରେ ଅନ୍ନପ୍ରସାଦ ଓ ପଣା ବଂଟନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ