ଗଡିଲାନି ମୂଖ୍ୟମନ୍ତ୍ରୀ ବସ, ଲୋକେ ଓ ଛାତ୍ରଛାତ୍ରୀ ହିନସ୍ଥା
ହାଟଡିହି(ଓ୍ବାଇଏନଏସ) : ଓଡିଶା ମୋଟର ଚାଳକ ସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନ ଚାଲିଥିବା ବେଳେ ସରକାରଙ୍କ ଓଏସଆରଟିସି ର ସମସ୍ତ ବସ ଯାତାୟତ କରୁଛି। କିନ୍ତୁ ଏହି ଓଏସଆରଟିସି ଅଧିନରେ ଚାଲିଥିବା ମୂଖ୍ୟମନ୍ତ୍ରୀ ବସର ଚାଳକ ମାନେ ବସ ଚଳାଇ ନ ଥିଲେ। ଫଳରେ ହାଟଡିହି ବ୍ଲକ ରେ ଚାଲୁଥିବା ୭ଟି ଯାକ ବସ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ବିଶେଷ କରି ଏହି ବସ୍ ଯୋଗେ ଗ୍ରାମାଞ୍ଚଳର ଲୋକମାନେ ବ୍ଲକ, ତହସିଲ୍ କାର୍ଯ୍ୟାଳୟକୁ ଆସୁଥିବା ବେଳେ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ମାନେ ସ୍କୁଲ କଲେଜ ଆସିବା ପାଇଁ ଏହି ବସ ଉପରେ ନିର୍ଭର କରିଥାନ୍ତି। ଆଜି ବସ ଚଳାଚଳ ନକରିବାରୁ ଛାତ୍ରଛାତ୍ରୀ ମାନେ ସ୍କୁଲ କଲେଜ ଆସିପାରି ନାହାନ୍ତି। ଏପରିକି ଅନେକ ଯାତ୍ରୀ ଏହି ବସ୍ କୁ ଅପେକ୍ଷା କରି କରି ଘରକୁ ଫେରୁଥିବା ଦେଖିବାକୁ ମିଳିଥିଲା। ଏ ସଂପର୍କରେ ସ୍ଥାନୀୟ ସୁପର ଭାଇଜର ଙ୍କୁ ପଚାରିବାରେ ସେ କହିଛନ୍ତି ଯେ ସକାଳୁ ବସ ବିଭିନ୍ନ ରୁଟ ରେ ଯାଇଥିଲା। କିନ୍ତୁ ଡ଼୍ରାଇଭର ସଙ୍ଘର କିଛି କର୍ମକର୍ତ୍ତା ବାଟରୁ ଗାଡ଼ି ଅଟକାଇ ବାରଣ କରିବାରୁ ଗାଡ଼ି ଫେରିଆସିଥିବା କହିଛନ୍ତି।