ମୁନିଗୁଡାରେ ଦୁର୍ଗାପୂଜା ପାଇଁ ସହର ଚଳ ଚଞ୍ଚଳ
ମୁନିଗୁଡା, (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡାରେ ଦୁର୍ଗାପୂଜା ପାଇଁ ସହର ଚଳ ଚଞ୍ଚଳ ହୋଇଉଠୁଛି l ଚଳିତ ବର୍ଷ ମୁନିଗୁଡା ସହରରେ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣ ଓ ଓଡିଶା ବନ ଉର୍ନୟନ ନିଗମ ଦୁଇଟି ସ୍ଥାନରେ ଦୁର୍ଗାପୂଜା ମହା ଆଡମ୍ବରର ସହ ପାଳନ ହେଉଥିବା ବେଳେ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ପୂଜାରେ ପୁରୋହିତ ଜଗବନ୍ଧୁ ପଣ୍ଡା ଓ ଶ୍ୟାମ ସୁନ୍ଦର ଦାସଙ୍କ ମିଳିତ ପୌରାହିତ୍ୟରେ ବୈଦିକ ରୀତିନୀତି ଅନୁସାରେ ମଣ୍ଡପରେ ମାଆ ଦୁର୍ଗାଙ୍କ ସମେତ ମାଆ ଲକ୍ଷ୍ମୀ,ସରସ୍ବତୀ,କାର୍ତ୍ତିକ ଓ ଗଣେଶଙ୍କୁ ପୂଜାର୍ଚ୍ଚନା ସହ କଳସ ସ୍ଥାପନ କରି ଷଡ଼ଶା ଉପଚାର, ଷଷ୍ଠୀ,ସପ୍ତମୀ,ଅଷ୍ଟମୀ ପୂଜା ଓ ଚଣ୍ଡୀ ପାଠ,ସପ୍ତ ଚଣ୍ଡୀପାଠ,ହୋମଯଜ୍ଞ ସହ ଆଳତୀ କରାଯାଉଛି l କର୍ତ୍ତା ଭାବେ ବୃନ୍ଦାବନ ପାଢ଼ୀ, ଲଷ୍ମୀ ପାଢ଼ୀ ଓ ଗୌରହରୀ ବନଛୋର କାର୍ଯ୍ୟ ତୁଲାଉଛନ୍ତି l ଅନ୍ୟ ମାନଙ୍ ମଧ୍ୟରେ ପୁରୋହିତ ନିକୁଞ୍ଜ ଶତପଥୀ,ସଦାନନ୍ଦ ମହାପାତ୍ର,କାଳିଆ ସାବତ,ମଙ୍ଗଳା ସାବତ,ସୁରେଶ ରଥ, ସୁଧାଂଶୁ ଶେଖର ରଥ,ଅରକ୍ଷିତ ପାଢ଼ୀ, ବାବୁଲା ମାଳି,ଗଣେଶ ରଣା ପ୍ରମୁଖଙ୍କ ସମେତ ତରଣୀ ବେହେରା,ଦିଲେଶ୍ଵର ବଗର୍ତି ପ୍ରମୁଖ ପୂଜାରେ ସହଯୋଗ କରୁଛନ୍ତି l ସେହିପରି ମୁନିଗୁଡାର ବହୁ ପୁରାତନ ଦୁର୍ଗାପୂଜା ଭାବେ ପରିଚୟ ସୃଷ୍ଟି କରିଥିବା ଓଡିଶା ବନ ଉର୍ନୟନ ନିଗମ ତରଫରୁ ମଧ୍ୟ ପୁରହିତ ଅଶୋକ କରଙ୍କ ପୌରାହିତ୍ୟରେ ମହା ଆଡମ୍ବରର ସହ ପାରମ୍ପରିକ ବା ବୈଦିକ ରୀତିନୀତି ଅନୁସାରେ ଦୁର୍ଗାପୂଜା ପାଳନ କରାଯାଉଛି l କମିଟି ତରଫରୁ ପୂଜା ନିମନ୍ତେ ପୂଜା ମଣ୍ଡପ ଓ ତୋରଣକୁ ସୁନ୍ଦର ସଜସାଜ କରିବା ସହ ରାସ୍ତାର ଉଭୟ ପାର୍ଶ୍ୱରେ ସୁନ୍ଦର ରଙ୍ଗବେରଙ୍ଗର ଆଲୋକମାଳାରେ ସଜା ଯାଇଛି l ଏହି ଦୁର୍ଗାପୂଜା ଅବସରରେ ଦୁଇଟି ସ୍ଥାନରେ ୨୮ ତାରିଖ ଷଷ୍ଠୀ ଠାରୁ ପୂଜା ଆରମ୍ବ ହୋଇ ୨ ତାରିଖ ବିଜୟା ଦଶମୀ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ଚାଲୁ ରହିବ ଏବଂ ପ୍ରତେକ ଦିନ ମଣ୍ଡପରେ ମାଆଙ୍କ ବିଭିନ୍ନ ପୂଜାସହ ହୋମଯଜ୍ଞ ଓ ମହା ଅଷ୍ଟମୀ ଦିନ ଅଷ୍ଟମୀ ଭୋଗ, ଅର୍ଣ୍ଣଭୋଗର କାର୍ଯ୍ୟକ୍ରମ କରାଯିବ ବୋଲି ଜଣାପଡିଛି l ଏଥିସହ ଲୋକଙ୍କ ମନରଞ୍ଜନ ପାଇଁ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ପୂଜା କମିଟି ତରଫରୁ ଶୁଣମାଧନ୍ୟ ମଞ୍ଚ ପରିଚାଳକ ଉତ୍ତମ କୁମାର ଦାସଙ୍କ ସଂଯୋଜନାରେ ଭଜନ ସନ୍ଧ୍ୟା ଓ ଡାନ୍ସ ଧମ୍ମାକା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ବୋଲି ଦୁର୍ଗାପୂଜା କମିଟିର ସଭାପତି ହାଡ଼ିଆ ଗୌଡ଼, ଉପସଭାପତି ରାଜକିଶୋର ବେହେରା ଓ ସମ୍ପାଦକ ବାଳକୃଷ୍ଣ ପଟ୍ଟନାୟକ ସୂଚନା ଦେଇଛନ୍ତି l ଉକ୍ତ ପୂଜା ଗୁଡିକୁ ଦେଖିବାକୁ ମୁନିଗୁଡା ତଥା ଆଖପାଖ ଅଞ୍ଚଳରୁ ମଧ୍ୟ ଲୋକେ ଆସୁଥିବା ବେଳେ ମୁନିଗୁଡା ଏସ୍ଡ଼ିପିଓ ସନ୍ତୋଷିନୀ ଓରାମଙ୍କ ନିର୍ଦେଶକ୍ରମେ ଥାନା ଅଧିକାରୀ ସୌଦାମିନୀ ବେହେରାଙ୍କ ନେତୃତ୍ୱରେ ଟ୍ରାଫିକ ବ୍ୟବସ୍ଥା କରିବା ସହ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ବ୍ୟାପକ ପୋଲିସ ମୁତୟନ କରାଯାଇଛି l


