ଡହ ଡହ ଖରାରେ ସିଝୁଛି ଆସିକା ସହର: ଆଉଟୁପାଉଟୁ ଜନଜୀବନ

ଆସିକା  (ୱାଇଏନ୍‍ଏସ୍‍) ପ୍ରଚଣ୍ଡ ଗ୍ରୀଷ୍ମ ପ୍ରକୋପରେ ଜଳୁଛି ଆସିକା। ସକାଳ ୮ଘଟିକା ପରଠାରୁ ଘରୁ ବାହାରିବା ମୁସ୍କିଲ୍ ହୋଇପଡୁଛି। ଗରମ ଏମିତି ହେଉଛି ଯେ ଘରେ ରହିବା କଷ୍ଟକର ହୋଇପଡୁଛି। ଗୁଳୁଗୁଳି ସହ ଅସହ୍ୟ ତାତି ସାଙ୍ଗକୁ ଆକାଶରୁ ନିଆଁ ବର୍ଷିବା ଭଳି ଉତ୍ତାପ ସାଧାରଣ ଜନତାଙ୍କୁ କଲବଲ କରି ପକାଉଛି। ଅତି ଆବଶ୍ୟକ ଥିବା ଲୋକ ବିନା ଛତା, ଓଦା କପଡା ଓ କଳା ଚଷମାରେ ଘରୁ ବାହାରୁ ନାହାନ୍ତି। ପ୍ରଚଣ୍ଡ ଖରା ଓ ଭୀଷଣ ତାତିର ପ୍ରଭାବରେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ରାସ୍ତାଘାଟ ଗୁଡିକ ଜନଶୂନ୍ୟ ଓ ଶୁନ୍‌ଶାନ୍ ହେବା ସହ ଖାଁ ଖାଁ ଲାଗୁଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଆଜି ଅପରାହ୍ନ ୨ ଘଟିକାରେ ଆସିକାରେ ତାପମାତ୍ରା ୩୭ଡିଗ୍ରୀ ସେଲିସିୟସ୍ ରେକର୍ଡ କରାଯାଇଥିଲା ଭୀଷଣ ତାତି ଯୋଗୁଁ ଜନଜୀବନ ଦୁର୍ବିସହ ହୋଇ ପଡିଛି। ମଧ୍ୟାହ୍ନ ବେଳକୁ ଘରୁ ପଦାକୁ ବାହାରିଲେ ଶରୀର ପୋଡି ହେଲା ଭଳି ଲାଗୁଛି। ଦିନ ମଜୁରିଆଙ୍କ ପାଇଁ ଏହି ଗ୍ରୀଷ୍ମ ପ୍ରବାହ ଦାଉ ସାଧୁଛି। ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଆସିକା ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଖରାର ପ୍ରକୋପ ଗତ କିଛି ଦିନ ହେଲା ବଢୁଥିବା ଯୋଗୁଁ ଅଞ୍ଚଳବାସୀଙ୍କ ଜୀବନ ଖରାରେ ଆଉଟୁପାଉଟୁ ହୋଇପଡୁଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଦିନତମାମ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହେବା ସହ ସ୍ୱାଭାବିକ ଜୀବନଯାତ୍ରା ବିଶେଷ ଭାବେ ପ୍ରଭାବିତ ହୋଇଛି । ପୂର୍ବାହ୍ନ ୮ ଘଟିକା ଠାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଅସହ୍ୟ ତାତି ଅନୁଭୁତ ହେଉଥିବା ସତ୍ତ୍ୱେ ଅଧିକାଂଶ ନିର୍ମାଣସ୍ଥଳରେ ଶ୍ରମିକମାନେ ଖଟୁଥିବା ଦେଖିବାକୁ ମିଳୁଛି । ଡହଡହ ଖରାକୁ ଝାଞ୍ଜିମାଡ, ମୁହଁହାତ ଜଳିଲା ଭଳି ଲାଗୁଥିଲା । ପଦାକୁ ବାହାରିଲେ ତାତିର କୋପ ଡରାଉଥିଲା । ଘର ଭିତରେ ବି ଗରମ ହାୱା ଅନୁଭୁତ ହେଉଥିଲା । ଗ୍ରୀଷ୍ମର ପ୍ରବାହରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ