ସୁଭଦ୍ରା ଶକ୍ତି ମେଳାର ଉଦଯାପନୀ ସମାରୋହ ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା): ସୁଭଦ୍ରା ଶକ୍ତି ମେଳାର ଉଦ୍ୟାପନୀ ସମାରୋହ ଆଜି ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମାନ୍ୟବର ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ତାଙ୍କ ସହିତ ମଞ୍ଚାସୀନ ଥିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ନାରାୟଣ ପ୍ରଧାନ, ବାଲେଶ୍ୱର ମ୍ୟୁନିସିପାଲଟିର ଅଧ୍ୟକ୍ଷା ଶ୍ରୀମତୀ ସବିତା ସାହୁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ହେମନ୍ତ କୁମାର ସିଂହ, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସଞ୍ଜୟ କୁମାର ରାଉତ, ଉପଜିଲ୍ଲାପାଳ ବାଲେଶ୍ୱର ଶ୍ରୀ ଶିବ ମାଲବ୍ୟ, ଉପଜିଲ୍ଲାପାଳ ନୀଳଗିରି ଶ୍ରୀମତୀ ଶୁଭଶ୍ରୀ ରଥ ଓ ଅନ୍ୟାନ୍ୟ ଅଧିକାରୀମାନେ। ୨୨ ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳାର ଆଜି ଅନ୍ତିମ ଦିନ ଥିଲା। Odisha Rural Development and Marketing Society (ଓର୍ମାସ) ଓ Mission Shakti ର ତଥ୍ୟାନୁସାରେ ଆଠ ଦିନ ମଧ୍ୟରେ ଦୁଇ କୋଟି ଟଙ୍କାରୁ ଅଧିକ ବାଣିଜ୍ୟ ସମ୍ପନ୍ନ ହୋଇଛି। ଶେଷ ଦିନରେ ଯୁବ ବ୍ୟାଣ୍ଡଙ୍କ ସୁନ୍ଦର ସଙ୍ଗୀତାନୁଷ୍ଠାନ ଦର୍ଶକମାନଙ୍କୁ ଆକର୍ଷିତ କରିଥିଲା ଏବଂ ଲୋକମାନେ ଏହାକୁ ଭୁରିଭୁରି ପ୍ରଶଂସା କରିଥିଲେ। ମେଳାଟି ଜିଲ୍ଲାର ମହିଳା ସ୍ୱୟଂସାହାୟ୍ୟ ଗୋଷ୍ଠୀ ଓ ଗ୍ରାମୀଣ ଉଦ୍ୟୋଗୀ ଙ୍କ ପାଇଁ ଏକ ସଫଳ ବଜାର ମଞ୍ଚ ସୃଷ୍ଟି କରି ପାରିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ