ରାଜସ୍ବ ଅମଲା ସଂଘର ଧାରଣା

ହାଟଡ଼ିହି, (ଓ୍ବାଇଏନଏସ): କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକର ବ୍ଲକ, ତହସିଲ, ଆଇସିଡିଏସ, କାର୍ଯ୍ୟାଳୟ ଗୁଡିକରେ କାର୍ଯ୍ୟରତ ରାଜସ୍ବ ଅମଲା ମାନେ ସେମାନଙ୍କ ଦୁଇ ଦଫା ଦାବିରେ ସମୂହ ଛୁଟି ନେଇ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଏହି ଧାରଣା ଆଜି ଦ୍ୱିତୀୟ ଦିନରେ ପହଞ୍ଚିଥିବା ବେଳେ  ଏଥିରେ ଉପଖଣ୍ଡର ଆନନ୍ଦପୁର ବ୍ଲକ, ଘସିପୁରା ବ୍ଲକ ଆନନ୍ଦପୁର ମୁଖ୍ୟାଳୟର ରାଜସ୍ଵ ଅମଲାମାନେ ସାମିଲ ହୋଇଛନ୍ତି । କାର୍ଯ୍ୟରତ ଅମଲାଙ୍କ ମୂଳ ଦରମା ଲେବଲ୍‌ ୯ ବୃଦ୍ଧି କରିବା, ନୂତନ ପଦ ସୃଷ୍ଟି ଓ ପଦ ପୁର୍ନଗଠନ, କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀଙ୍କୁ ବାର୍ଷିକ ୨୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟବୀମା, ୧୯୯୦ ମସିହାରେ ଲାଗୁ ଲାଗୁ କରାଯାଇ ଥିବା  ନିୟମାବଳୀ ଅନୁଯାଇ ମୃତ ସରକାରୀ କର୍ମଚାରୀ ପରିବାରର ଜଣେ ସଦସ୍ୟଙ୍କୁ ଯୋଗ୍ୟତା ଭିଭିରେ ନିଯୁକ୍ତି ପ୍ରଦାନ, ସରକାରୀ କର୍ମଚାରୀଙ୍କୁ ପୁରୁଣା ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବାକୁ ସଂଘ ପକ୍ଷରୁ ଦାବି ହୋଇଥିଲା।  ତେବେ ସରକାର ଦାବି ପୂରଣ ନକରିବାରୁ ଏହାର ପ୍ରତିବାଦରେ ଉପଖଣ୍ଡର ସମସ୍ତ ରାଜସ୍ବ ଅମଲା ମାନେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଗତକାଲି ଠାରୁ ଧାରଣାରେ ବସିଛନ୍ତି। ଦାବି ପୂରଣ ନହେଲା ପର୍ଯ୍ୟନ୍ତ କର୍ମଚାରୀମାନେ ଛୁଟିରେ ରହିବେ ବୋଲି ଚେତାବନୀ ଦେଇଛନ୍ତି। ଶ୍ରବଣ କୁମାର ପରିଡ଼ା, ବରୁଣ ପଲେଇ, ଗୈରାଙ୍ଗ ଜେନା, ପ୍ରସନ୍ନ ରାମ,, ଶୁଭେନ୍ଦୁ ସାହୁ, ଦିଲ୍ଲୀପ କୁମାର ଜେନା, ଗୋଲକ ବିହାରୀ ସାହୁ, ମାନସ ଦାସଙ୍କ ସମେତ ବହୁ ଅମଲା ସାମିଲ ହୋଇଛନ୍ତି । ରାଜସ୍ବ ଅମଲା ମାନେ ଛୁଟିରେ ରହି ଧାରଣାରେ ସାମିଲ ହୋଇ ହାଇଥିବାରୁ ବିଭିନ୍ନ କାର୍ଯ୍ୟ ପାଇଁ ଅଫିସକୁ ଆସୁଥିବା ଲୋକେ ନାନା ସମସ୍ୟାରେ ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ