ଶାଳଣିଆଁ-ବଳିପୁର ରାସ୍ତା ଅବସ୍ଥା ଶୋଚନୀୟ, ଜିଲାପାଳଙ୍କୁ ଦାବି ଜଣାଇଲେ ଗ୍ରାମବାସୀ

ହାଟଡିହି  (ବିକାଶ ବିଶ୍ବାଳ): ଶାଳଣିଆଁ – ବଳିପୁର ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଛି। ଏହି ନଦୀବନ୍ଧ ରାସ୍ତାଟିରେ ବିରାଟ ବିରାଟ ଖାଲ ଖମା ସୃଷ୍ଟି ହୋଇଛି। ଗୋଟିଏ ପଟେ ଶୋଚନୀୟ ରାସ୍ତାକୁ  ଅନ୍ୟପଟେ ସେହି ରାସ୍ତା ଉପରେ ବାଲି ବୋଝେଇ ଭାରିଯାନ ଚଳାଚଳ ଯୋଗୁଁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ଏହାକୁ ନେଇ  ଚଷାଖଣ୍ଡ, ଗେଡମା , ସାହାପୁର ଗ୍ରାମର ଲୋକମାନେ  ଜିଲ୍ଲାପାଳଙ୍କୁ ଭେଟି ରାସ୍ତା ନିର୍ମାଣ ସହିତ ବାଲି ପରିବହନ ବନ୍ଦ ପାଇଁ ଦାବି କରିଛନ୍ତି।  ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ  ଏହି ରାସ୍ତା ଉପରେ ଚଷାଖଣ୍ଡ, ଗେଡମା, ସାହାପୁର, ଆଈତିପୁର, ରତକଣା ଆଦି ଗ୍ରାମର ଲୋକମାନେ ନିର୍ଭରଶିଳ।  ବ୍ଲକ, ତହସିଲ୍, ମେଡିକାଲ, ସର୍ବୋପରି ଉପଜିଲ୍ଲାପାଳ ଏଵଂ ଜିଲ୍ଲା କାର୍ଯ୍ୟାଳୟକୁ ଯିବାକୁ ହେଲେ ଏହି ଗୋଟିଏ ରାସ୍ତା ଉପରେ ହିଁ ନିର୍ଭର କରିଥାନ୍ତି। କିନ୍ତୁ ରାସ୍ତାର ଶୋଚନୀୟ ଅଵସ୍ଥା ଯୋଗୁଁ ୨/୩କିଲୋମିଟର ଦୂରରେ ଥିବା ଶାଳଣିଆଁ ଡ଼ାକ୍ତରଖାନାକୁ ମଧ୍ଯ ରୋଗୀ ମାନେ ଯାଇପାରୁ ନାହାନ୍ତି। ଏହି ରାସ୍ତାଟି ଗତ କିଛିବର୍ଷ ହେଲା ଶୋଚନୀୟ ହୋଇ ପଡିଛି। ରାସ୍ତାରେ ଦୁଇ ତିନି ଫୁଟ ଖାଲଖମା ସୃଷ୍ଟି ହୋଇଥିବା ବେଳେ ଏହି ରାସ୍ତା ନିର୍ମାଣ କି ମରାମତି ପାଇଁ ବିଭାଗ ଦୃଷ୍ଟି ଦେଉ ନାହିଁ। ଅନ୍ୟ ପଟେ ପ୍ରତିଦିନ ଶହ ଶହ ହାଇୱା ବେଆଇନ୍ ଭାବେ ଟନ ଟନ ବାଲି ବୋଝେଇ କରି ଏହି ରାସ୍ତାରେ ଯିବା ଆସିବା କରିବା ଦ୍ୱାରା ସଧାରଣ ଲୋକମାନେ ଯିବା ଆସିବା କରିପାରୁ ନାହାନ୍ତି। ଛାତ୍ର ଛାତ୍ରୀ ମାନେ ସ୍କୁଲ କଲେଜ ଯିବାରେ ନାନା ସମସ୍ୟା ଭୋଗ କରୁଛନ୍ତି। ବାରମ୍ବାର ଦାବି ହେଉଥିଲେ ମଧ୍ଯ ପ୍ରଶାସନ କୌଣସି ପଦକ୍ଷେପ ନେଉ ନ ଥିବା ପାଗଳ ଖୁଣ୍ଟିଆ, ପଞ୍ଚାନନ ଦେଓ, ଟୁକୁନୁ ପହି, ଦିପୁ ଜେନା, ମହେଶ୍ୱର ଜେନା, ବିଦ୍ୟାଧର ଜେନା, ଅଭିରାମ ପାଗଳ, କୃଷ୍ଣ ଚନ୍ଦ୍ର ପଣ୍ଡା, ରମ ଚନ୍ଦ୍ର ପଣ୍ଡା ପ୍ରମୁଖ ଅଭିଯୋଗ କରିଛନ୍ତି। ଜିଲ୍ଲାପାଳ ଅଞ୍ଚଳ ବାସୀଙ୍କ ଦାବିକୁ ଗୁରୁତ୍ଵ ଦେବେ ବୋଲି ଗ୍ରାମବାସୀ ମାନେ ଆଶାବାଦୀ ଅଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ