ଓଡିଆ ପଠନ କରିବାକୁ ଉତ୍ସାହିତ କଲେ ଜିଲ୍ଲାପାଳ
କଟକ (ଓ୍ବାଇଏନଏସ):ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡ଼ିଆ ସାହିତ୍ୟ ଓ ପୁସ୍ତକ ପଠନକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଆଜି କଟକ ଜିଲ୍ଲାରେ ଆସ ବହିଟିଏ କିଣିବା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆଜି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଅସ୍ଥାୟୀ ପୁସ୍ତକ ପ୍ରଦର୍ଶନୀ ତଥା ବିକ୍ରୟ କେନ୍ଦ୍ର ଖୋଲାଯାଇଥିଲା।ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଏହି ପୁସ୍ତକ କେନ୍ଦ୍ର ପରିଦର୍ଶନ କରି ଜନସାଧାରଣ ଓଡ଼ିଆ ଭାଷାରେ ପ୍ରକାଶିତ ସାହିତ୍ୟ, ଇତିହାସ, ପୋଥି, ପୁରାଣ ଓ ଜୀବନୀ ବହି କିଣି ପଢିବାକୁ ଆହ୍ବାନ ଦେଇଛନ୍ତି। ଏହି ଅବସରରେ ଜିଲାସ୍ତରୀୟ ଅଧିକାରୀ, କର୍ମଚାରୀ ଓ ସାଧାରଣ ଲୋକେ ନିଜ ପସନ୍ଦର ଓଡ଼ିଆ ବହି ସବୁ କ୍ରୟ କରିଥିଲେ।