କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର ବିଜେପି ସକ୍ରିୟ କାର୍ଯ୍ୟକର୍ତ୍ତାଙ୍କୁ କାର୍ଯ୍ୟକରିବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲା ସଭାପତି
କେନ୍ଦୁଝର,(ପୂର୍ଣ୍ଣଚନ୍ଦ୍ର ମହନ୍ତ): କେନ୍ଦୁଝର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ରବିବାର କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀ ବିଜେପି ର ସକ୍ରିୟ କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ଏକ ବିଶେଷ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସକ୍ରିୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ଶୁକଦେବ ମହାନ୍ତ ଯୋଗଦେଇଥିବା ବେଳେ ରାଜ୍ୟ ପ୍ରବକ୍ତା ବିରଜା ମିଶ୍ର, ସଦର ନିର୍ବାଚନ ମଣ୍ଡଳୀର ସଂଗଠନ ପ୍ରଭାରୀ ରାମଚନ୍ଦ୍ର ସାହୁ, ସଦର ନିର୍ବାଚନ ମଣ୍ଡଳୀ ର ସଂଯୋଜକ ବିବେକାନନ୍ଦ ମହାନ୍ତ, ଜିଲ୍ଲା ଉପସଭାପତି ଗଣେଶ୍ୱର ମହାନ୍ତ ଏବଂ ଗୋପୀନାଥ ରାମ ପ୍ରମୁଖ ଉପସ୍ଥିତ ରହି ଦଳୀୟ ବିଚାର ଏବଂ ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ କାର୍ଯ୍ୟକର୍ତ୍ତା ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ସାଧାରଣ ଜନତା ତଥା ପଛରେ ରହିଯାଉଥିବା ପ୍ରତିଟି ବ୍ୟକ୍ତି ବା ପରିବାରକୁ ସରକାରଙ୍କ ଯୋଜନାରେ ଅନ୍ତର୍ଭୁକ୍ତ କରାଇ ସରକାରଙ୍କ ଯୋଜନାର ସଫଳ ରୂପାୟନ କରିବା ସହିତ ଲୋକଙ୍କୁ ଲାଭାନ୍ୱିତ କରାଇବା ପାଇଁ କାର୍ଯ୍ୟକର୍ତ୍ତା ମାନଙ୍କୁ ଉପସ୍ଥିତ ନେତୃତ୍ୱ ମାନେ କହିଥିଲେ। ଏହି ଅବସରରେ “ବିକଶିତ ଗାଁ ବିକଶିତ ଓଡିଶା ବିକଶିତ ଭାରତ” ପାଇଁ କାର୍ଯ୍ୟକରିବାକୁ କାର୍ଯ୍ୟକର୍ତ୍ତା ମାନଙ୍କୁ ଦୃଢ ସଂକଳ୍ପ ନେବାକୁ ଜିଲ୍ଲା ସଭାପତି ଶୁକଦେବ ମହାନ୍ତ ଉପଦେଶ ଦେଇଥିଲେ।