ପୂଜା ପାଇଲେ ଦେବ ଶିଳ୍ପୀ ବିଶ୍ୱକର୍ମା
ଛତ୍ରପୁର, (ଓ୍ବାଇଏନଏସ): :ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ l ଚଳିତ ବର୍ଷ ପ୍ରଥମେ ଦେବ ଶିଳ୍ପୀ ଙ୍କ ପୂଜା ପଡୁଥିବାରୁ ସାରା ଅଞ୍ଚଳ ଆନନ୍ଦ ମୁଖରିତ ହୋଇପଡିଛି l ଛତ୍ରପୁର ସହର ସମେତ ଆଖପାଖ ଅଂଚଳରେ ଚଳିତ ବର୍ଷ ପବିତ୍ର ବିଶ୍ୱକର୍ମା ପୂଜା ମହା ସମାରୋହ ରେ ପାଳିତ ହୋଇଯାଇଛି ।ଛତ୍ରପୁର ବ୍ଲକ ଅନ୍ତର୍ଗତ ଖୁରିଗାଁ ଗ୍ରାମ ରେ ବିଶ୍ୱକର୍ମା ସମାଜ ପକ୍ଷରୁ ୧୨ତମ ବାର୍ଷିକ ପୂଜା ମହା ଆଡମ୍ବର ସହକାରେ ପାଳନ କରାଯାଇଛି । ଚଳିତ ବର୍ଷ ଚିତାକର୍ଷକ ତୋରଣ ସହିତ ଆଲୋକ ସଜ୍ଜାରେ ସୁସଜ୍ଜିତ କରାଯାଇଛି । ସେହିପରି ଛତ୍ରପୁର ସ୍ଥିତ ଡାଲଡାମିଲ ରୋଡ଼ ରେ ବିଶ୍ୱକର୍ମା କାଠ କାରିଗର ସଂଘ ପକ୍ଷରୁ ମଧ୍ୟ ବହୁ ଧୁମ ଧାମ ରେ ବିଶ୍ୱ କର୍ମା ପୂଜା ଅନୁଷ୍ଠିତ ହୋଇଛି, ସଂଘ ର ସଦସ୍ୟ ମାନେ ଉପସ୍ଥିତ ରହି ପୂଜାକାର୍ଯ୍ୟ କୁ ପରିଚାଳନା କରିଛନ୍ତି, ଏହାସହିତ ଛତ୍ରପୁର ବିଦ୍ୟୁତ ବଣ୍ଟନ ବିଭାଗ, ଜନସ୍ୱାସ୍ଥ୍ୟ କାର୍ଯ୍ୟାଳୟ, ରାସ୍ତା ଓ କୋଠାବାଡି ବିଭାଗର ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟଙ୍କ ସମେତ ବହୁ ଶିଳ୍ପ ତାଲିମ ଅନୁଷ୍ଠାନ, ଆଇ ଆର ଇ ଏଲ, ଗୋପାଳପୁର ପୋର୍ଟ ଭଳି ବିଭିନ୍ନ ଶିଳ୍ପାନୁଷ୍ଠାନ ଗୁଡିକରେ ପବିତ୍ର ବିଶ୍ୱକର୍ମା ପୂଜା ବହୁ ଆଡ଼ମ୍ବର ସହକାରେ ପାଳନ ହୋଇଯାଇଛି । ଭକ୍ତ ମାନେ ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କରି ବିଶ୍ୱକର୍ମାଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି । ବିଭିନ୍ନ ପୂଜା ମଣ୍ଡପ ଗୁଡିକ ସନ୍ଧ୍ୟାରେ ବିଶ୍ୱକର୍ମାଙ୍କ ଦର୍ଶନ ନିମନ୍ତେ ଜନସମାଗମ ହୋଇଛି ।