ପ୍ରସିଦ୍ଧ ସୀତାପାହାଡ଼ରୁ ନରକଙ୍କାଳ ଉଦ୍ଧାର
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗୋଷାଣି ବ୍ଳକର ପ୍ରସିଦ୍ଧ ସୀତାପାହାଡରୁ ନରକଙ୍କାଳକୁ ପୋଲିସ ଉଦ୍ଧାର କରିଛି। ଘଟଣାru ପ୍ରକାଶ, ଗୁରାଣ୍ଡି ଥାନା ଅନ୍ତର୍ଗତ ଘୋରଣୀ ଗ୍ରାମର କୃଷ୍ଣଚନ୍ଦ୍ର ବେହେରା (୮୧) ବୋଲି ଜଣାପଡିଛି | ସେ ଦୁଇ ମାସ ହେଲା ନିଜ ଘରକୁ ଫେରିନଥିଲେ I ବହୁ ଖୋଜାଖୋଜି ପରେ କୃଷ୍ଣଙ୍କୁ ନପାଇ ଗୁରାଣ୍ଡି ଥାନାରେ ଗତମାସ ୧୭ ତାରିଖରେ ଏକ ନିଖୋଜ ମାମଲା ରୁଜୁ ହୋଇଥିଲା । ଗତକାଲି କିଛି ଜଣ ଭକ୍ତ ସୀତାପାହାଡ଼ରେ ଥିବା ମନ୍ଦିରରେ ପହଞ୍ଚି ପୂଜା ପାଠ ସାରି ଫେରୁଥିବା ବେଳେ ଗଳିତ ମୃତଦେହ ଦେଖିଥିଲେ I ମୃତଦେହ ଖଣ୍ଡବିଖଣ୍ଡିତ ହୋଇଯାଇଥିବା ବେଳେ କେବଳ ଶରୀରର ଅନେକାଂଶ କଙ୍କାଳ ପାଲଟି ଯାଇଥିଲା I ତାଙ୍କ ମୁଣ୍ଡ ତଥା ମୁହଁ ଭାଗ ସାମାନ୍ୟ ଠିକ୍ ରହିଥିବା ଏବଂ ସେ ପିନ୍ଧିଥିବା ପୋଷାକ ଓ ଜୋତା ଆଦି ପଡିଥିଲା | କୃଷ୍ଣଚନ୍ଦ୍ର ନିଖୋଜ ସମ୍ପର୍କରେ ଜାଣିଥିଲେ ଗ୍ରାମବାସୀ | ସନ୍ଦେହ କରି ମୃତ କୃଷ୍ଣଚନ୍ଦ୍ରଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ | ପରେ ମୃତକଙ୍କ ପୁଅ ବାସୁଦେବ ବେହେରା ଏବଂ ଘରୋଣି ଗ୍ରାମବାସୀ ପହଞ୍ଚି ଗଳିତ ମୃତ ଦେହକୁ ଦେଖ୍ ଚିହ୍ନଟ କରିଥିଲେ | ଘଟଣା ସ୍ଥଳଟି ଗୁରାଣ୍ଡି ନା ଗାରାବନ୍ଧ ଥାନା ଅଧୀନରେ ହୋଇଛି ତାକୁ ନେଇ ଦୀର୍ଘ ସମୟ ଧରି ଉଭୟ ଥାନା ପୁଲିସ ମଧ୍ୟରେ ଦ୍ୱନ୍ଦ୍ବ ପ୍ରକାଶ ପାଇଥିଲା I ମୃତଦେହ ଠାବ ହୋଇଥିବା ସ୍ଥାନ ଗୁରାଣ୍ଡି ଥାନା ଅଞ୍ଚଳର ହୋଇଥିବା ସତ୍ତ୍ୱେ ଗାରାବନ୍ଧ ଥାନା ଅଧିକାରୀ ପ୍ରଶାନ୍ତ ନିସିକାଙ୍କ ନେତୃତ୍ବରେ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଅନ୍ୟପକ୍ଷରେ ମୃତ କୃଷ୍ଣଚନ୍ଦ୍ର ମାନସିକ ବିକାରଗ୍ରସ୍ତ ହୋଇଥିବାରୁ କେତେବେଳେ କେଉଁଠି ରହୁଥିଲେ ତ ସମୟେ ସମୟେ ନିଜ ଘରକୁ ଯାଇ କିଛି ଦିନ ରହଣି କରି ପୁଣି କେଉଁଆଡେ ଚାଲିଯାଉଥିଲେ। ଗତ ଦୁଇ ମାସ ହେଲା ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଗୁରାଣ୍ଡି ଥାନାରେ ନିଖୋଜ ମାମଲା ରୁଜୁ କରିଥଲେ ବୋଲି ପୁଅ ବାସଦେବ କହିଛନ୍ତି। ବର୍ତ୍ତମାନ ଗାରାବନ୍ଧ ପୋଲିସ ଘଟଣା ନେଇ ମକଦ୍ଦମା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି.


