ସଂସ୍କୃତି, ପରମ୍ପରାର ପରିଚୟ ବହନ କରେ ମହୋତ୍ସବ
କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): କାକଟପୁର ତହସିଲ ଛକ ମେଳଣ ପଡିଆରେ ଚାଲିଥିବା କାକଟପୁର ଦୋଳ ମହୋତ୍ସବ ର ଦ୍ୱିତୀୟ ସନ୍ଧ୍ୟାରେ ଗୋଟିପୁଅ, ବାଜାଜଶାଲ, ସୁଗମ ସଙ୍ଗୀତ ଓ କ୍ରିଷ୍ଣା ରାଉତ ଓ ଗ୍ରୁପ କମେଡି ସହ କଳାକାର ଙ୍କ ସଙ୍ଗୀତ ଓ ନୃତ୍ୟ ଉପସ୍ଥିତ ଦର୍ଶକଙ୍କ ମନମୋହିଥିଲା। ଏହି ଅବସରରେ ତୃତୀୟ ବାର୍ଷିକ ଦୋଳ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା ରେ ଅଭ୍ୟର୍ଥନା କମିଟି ସମ୍ପାଦକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପରିଡା ଙ୍କ ଅଧକ୍ଷତା ରେ ମୁଖ୍ୟ ଅତିଥି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ସାରଦା ପ୍ରସାଦ ଶତପଥୀ, ମୁଖ୍ୟ ବକ୍ତା ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ସଂମ୍ମାନିତ ଅତିଥି ଜଗତସିଂହପୁର ସାଂସଦ ଙ୍କ ଅସ୍ତରଙ୍ଗ ବ୍ଲକ ପ୍ରତିନିଧି ଦିବାକର ଛାଟୋଇ, ଈଶ୍ୱର ଚନ୍ଦ୍ର ବେହେରା, ଉମା ଶଙ୍କର ଆଚାର୍ଯ୍ୟ, ରଘୁନାଥ ମହାପାତ୍ର, ସରୋଜ ସାମଲ ପ୍ରମୁଖ ଅତିଥି ଯୋଗଦେଇ ଯେଉଁ କଳା ସଂସ୍କୃତି ଗର୍ବିତ କରିଛି ତାକୁ ଭୁଲିବା ଉଚିତ ନୁହେଁ ବୋଲି କହିଥିଲେ। ମୁଖ୍ୟବକ୍ତା ସିନେ ଅଭିନେତା ତଥା ଦିଗପହଣ୍ଡି ବିଧାୟକ ଶ୍ରୀଯୁକ୍ତ ସିଦ୍ଧାନ୍ତ ମହାପାତ୍ର ଯୋଗଦେଇ ସଂସ୍କୃତି, ପରମ୍ପରା ର ପରିଚୟ ବହନ କରେ ମହୋତ୍ସବ ବୋଲି କହିଥିଲେ। ଲୁକ୍କାୟିତ ପ୍ରତିଭା ମାନଙ୍କୁ କିପରି ଆଗକୁ ଆସି ପାରିବେ ତାହା ଉପରେ ଗୁରୁତ୍ୱାରୋପ କରିଥିଲେ। ମୁକ୍ତ ଆକାଶ ତଳେ ହଜିଯାଏ ଆନନ୍ଦ ସେଠି ମହୋତ୍ସବ ଉପଲବ୍ଧି। ଶେଷରେ ଯୁବପୀଢ଼ି ଙ୍କୁ ବାର୍ତ୍ତା ଦେବା ସହ କହିଥିଲେ ଧର୍ଯ୍ୟ, ଆପଣଙ୍କ କାନ୍ଧରେ ସମାଜଠିଆ ହେବ, ଅନୁଶୀଳନ କଲେ ସମାଜସୁସ୍ଥ ହେବ। ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କୁ ସମ୍ପୂର୍ଣ୍ଣ କଡାକଡି କରାଯାଇଥିଲା। ବର୍ଣ୍ଣାଢ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ କୁ କାକଟପୁର ଦୋଳ ମହୋତ୍ସବ କମିଟିର ସଦସ୍ୟ ବୃନ୍ଦ ପରିଚାଳନା କରିଥିଲେ।


