ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ନବ ବର୍ଷର ପ୍ରଥମ ବୈଠକ
ବୁଗୁଡା,(ଅନୀଲ କୁମାର ମହାରଣା) : ନବ ବର୍ଷର ଜାନୁଆରୀ ମାସର ପ୍ରଥମ ରବିବାର ୦୪ ତାରିଖ ଦିନ ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ପ୍ରଥମ ବୈଠକ ଭଞ୍ଜନଗର ବନ ବିଭାଗ ବଙ୍ଗଳାରେ ସଭାପତି ବରିଷ୍ଠ ଆଡଭୋକେଟ ସୋମନାଥ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ସମ୍ପାଦକ ରବୀନ୍ଦ୍ର ନାଥ ଆଚାର୍ଯ୍ୟ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଆସନ୍ତା ୧୮ ତାରିଖ, ରବିବାର ଦିନ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହେବାପାଇଁ ନିଶ୍ଚିତ କରାଗଲା। ମୁଖ୍ୟ ଅତିଥିଭାବେ ମାନ୍ୟବର ବିଧାୟକ ପ୍ରଦ୍ୟୁମ୍ନ ନାୟକ ଯୋଗଦେବାକୁ ପ୍ରତିଶୃତି ଦେଇଥିବାରୁ ସନ୍ତୋଷ ପ୍ରକାଶ କରାଗଲା। ମୁଖ୍ୟ ବକ୍ତାଭାବେ ମହାସଂଘର ସାଧାରଣ ସମ୍ପାଦକ ଯୁଗଳ କିଶୋର ସାହୁ ଯୋଗଦେବା ସହ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ ରଞ୍ଜନ କୁମାର ଦେ, ଏସଡିପିଓ ଶ୍ରୀ ମିଶ୍ର ଯୋଗ ଦେବାପାଇଁ ପ୍ରତିଶୃତି ଦେଇଥିବା ସଭାପତି ଶ୍ରୀ ନାୟକ ପ୍ରକାଶ କରିଥିଲେ। ଅନ୍ୟାନ୍ୟ ମାନ୍ୟଗଣ ବ୍ୟକ୍ତିଙ୍କୁ ମଧ୍ୟ ନିମନ୍ତ୍ରିତ କରାଯାଇଛି। ମଞ୍ଚର ସଭ୍ୟମାନଙ୍କ ଭିତରୁ ଲିଙ୍ଗରାଜ ଜେନା, ରବୀନ୍ଦ୍ର ଆଚାର୍ଯ୍ୟ, ଲଡ଼ୁକିଶୋର ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ସ୍ଥିର କରାଗଲା। ଉପ ସଭାପତି ବାଳକୃଷ୍ଣ ବେହେରା ଧନ୍ୟବାଦ ଅର୍ପଣ କରିବା ପରେ ସଭାପତି ସଭା ସାଙ୍ଗ କରିଥିଲେ।


