ସୌମ୍ୟାଶ୍ରୀଙ୍କ ଜୀବନ ବଞ୍ଚାଇବାକୁ ଉଦ୍ୟମ କରିଥିବା ଜ୍ୟୋତି ପ୍ରକାଶ ବିଶ୍ଵାଳକୁ ଭୁଲିଗଲେ ସରକାର

କଟକ,(ଓ୍ବାଇଏନଏସ): ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ସାରା ରାଜ୍ୟ ହୁଲୁସ୍ତୁଲ । ହେଲେ ଯିଏ ଝିଅର ଜୀବନ ବଞ୍ଚାଇବାକୁ ଉଦ୍ୟମ କରିଥିବା ଏଫ୍‌ ଏମ୍ କଲେଜ ଛାତ୍ର ଜ୍ୟୋତି ପ୍ରକାଶ ବିଶ୍ଵାଳକୁ ଭୁଲିଗଲେ ସରକାର । ଏବେ ସେ ଏସିସିବିରେ ଚିକିତ୍ସିତ ଅଛନ୍ତି । ଏସିସିବିର ବର୍ଣ୍ଣ ୟୁନିଟ ଆଇସିୟୁରେ ଭର୍ତ୍ତି ହୋଇଥିବାବେଳେ ତାଙ୍କୁ ଏ ପର୍ଯ୍ୟନ୍ତ ପ୍ରଶାସନ କିମ୍ବା ସରକାରଙ୍କ ତରଫରୁ ଯୋଗାଯୋଗ କରାଯାଇନଥିବା କହିଛନ୍ତି ତାଙ୍କ ବାପା। ଜ୍ୟୋତିପ୍ରକାଶର ସ୍ୱାସ୍ଥ୍ୟ ଅବସ୍ଥା ସେତେଟା ଭଲ ନାହିଁ । ପରିବାର ଲୋକ ଏବେ ଜ୍ୟୋତିପ୍ରକାଶ ସହିତ କଟକ ବଡ ମେଡିକାଲରେ ଅଛନ୍ତି । ସରକାରଙ୍କ ସହଯୋଗ କାମନା କରିଛନ୍ତି ଜ୍ୟୋତିପ୍ରକାଶଙ୍କ ବାପା । ସେ କହିଛନ୍ତି ମୋ ପୁଅର ଦୁଇଟି ହାତ, ମୁହଁ ପୁରା ପୋଡି ଯାଇଛି । ଅନ୍ୟପଟେ ପ୍ଲାଷ୍ଟିକ ସର୍ଜରି ବିଭାଗ ମୁଖ୍ୟ ଡ଼ା ବିଭୁତି ନାୟକ କହିଛନ୍ତି ଯେ , ଜ୍ୟୋତି ପ୍ରକାଶଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ତାଙ୍କର ହାତ ,ମୁହଁ ଓ ବିଶେଷ କରି ଫୁସଫୁସ ନିଆଁ ଦ୍ୱାରା ପ୍ରଭାବିତ ହୋଇଛି। ବର୍ତ୍ତମାନ ଚିକିତ୍ସା ଜାରି ରହିଥିଲା ବେଳେ ଗୋଟିଏ ସପ୍ତାହ ମଧ୍ୟରେ ସେ ସୁସ୍ଥ ହେବେ ବୋଲି ଆଶା ରହିଛି । ଯଦି ଆବଶ୍ୟକ ପଡେ ଜ୍ୟୋତିପ୍ରକାଶ ଙ୍କ ଗ୍ରାଫଟିଂ କରାଯିବ ଓ ଚିକିତ୍ସା ଅଧିକ ସମୟ ଲାଗିପାରେ ବୋଲି କହିଛନ୍ତି ସେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ