ମା’ବାସନ୍ତୀକ ଅଷ୍ଟମୀ ପୂଜା ମହାସମାରୋହରେ ଅନୁଷ୍ଠିତ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର- ପାରାଚକ ଗ୍ରାମରେ ମା’ ବାସନ୍ତୀକ ଦୁର୍ଗାଦେବୀଙ୍କ ୭୪ତମ ବାର୍ଷିକ ପୂଜା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ମା’ବାସନ୍ତୀକ ଦୁର୍ଗାଦେବୀଙ୍କ ଷଷ୍ଠାଧିକଳ୍ପାରମ୍ଭ, ବିଲ୍ୱାଧିବାସ ଓ ଦେବୀ ଆମନ୍ତ୍ରଣ କରାଯିବା ପରେ ବୁଧବାର ମହାସପ୍ତମୀ ପୂଜା, ଅଷ୍ଟୋତ୍ତର ଶତକଳସ ଯାତ୍ରା, ନବପତ୍ରିକା ପ୍ରବେଶ, ଘଟସ୍ଥାପନ, ସପ୍ତମୀ ବିହିତ ମହାସ୍ନାନ, ଦେବୀଙ୍କ ଚକ୍ଷୁଦାନ, ପ୍ରାଣପ୍ରତିଷ୍ଠା, ସପ୍ତମୀ ବିହିତ ପୂଜା ଓ ଚଣ୍ଡୀପାଠ କରାଯାଇଛି। ଗୁରୁବାର ମହାଷ୍ଟମୀ ଅବସରରେ ମା’ ବାସନ୍ତୀକ ଦୁର୍ଗାଦେବୀଙ୍କ ପୀଠରେ ଷୋଡଶ ଉପାଚାରରେ ପୂଜାର୍ଚ୍ଚନା କରାଯିବା ସହ ସନ୍ଧିପୂଜା କରାଯାଇଛି। ଏଥିସହିତ ମହାଷ୍ଟମୀ ବିହିତ ପୂଜାରମ୍ଭ, ଚଣ୍ଡୀପାଠ, ସନ୍ଧୀବଳି ପ୍ରେକ୍ଷଣ ପରେ ଷ୍ଟୋତ୍ତରଶତ ଦୀପ ଉତ୍ସର୍ଗ କରାଯାଇଥିଲା। ପୂଜାରେ ମୁଖ୍ୟ କର୍ତ୍ତା ଭାବେ ବିଳାସ କୁମାର ସ୍ୱାଇଁ ଓ ମୁଖ୍ୟକର୍ତ୍ତୀ ଭାବରେ ଦୈା୍ରପଦୀ କୁମାରୀ ସ୍ୱାଇଁ ଏବଂ ଉପକର୍ତ୍ତା ଭାବେ ଗୈାରାଙ୍ଗ ମୁଦୁଲି ଓ ଉପକର୍ତ୍ତୀ ଭାବେ ସୈାମିତ୍ରୀ ସାମଲ କାର୍ଯ୍ୟନିର୍ବାହ କରିଥିଲେ। ଏହି ପୂଜାକୁ ମୁଖ୍ୟ ପୂଜକ ଉମାଶଙ୍କର ପତିଙ୍କ ସମେତ ଆଚାର୍ଯ୍ୟ ବିରାଜ କୁମାର ପଣ୍ଡା, ପୁସ୍ତକାଚାର୍ଯ୍ୟ ମନୋଜ କୁମାର କର, ସହ ପୁସ୍ତକାଚାର୍ଯ୍ୟ ପ୍ରଭଞ୍ଜନ ମିଶ୍ର ଓ ଚଣ୍ଡୀପାଠକ ପ୍ରକାଶ କୁମାର ତ୍ରିପାଠୀ ପ୍ରମୁଖ ପୂଜାକାର୍ଯ୍ୟ ନିର୍ବାହ କରିଥିଲେ। ଏହାବ୍ୟତିତ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ପାଇଁ ଆନନ୍ଦବଜାରରେ ପ୍ରସାଦସେବନର ବ୍ୟବସ୍ଥା ହୋଇଥିଲା। ସନ୍ଧ୍ୟାରେ କୁନି ପ୍ରବଚକ କେଶବ ଦାସ ଦ୍ୱିତୀକୃଷ୍ଣଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଶୁକ୍ରବାର ଶ୍ରୀରାମନବମୀ ଅବସରରେ ମହାନବମୀ ବିହିତ ପୂଜା, ଚଣ୍ଡୀପାଠ, ନବକୁମାରୀ ପୂଜା, ଗୀତାହୁତି, ଚଣ୍ଡୀ ଆହୁତି, ପୂର୍ଣ୍ଣ ଆହୁତି ଓ ପୁଷ୍ପାଞ୍ଜଳି ପ୍ରଦାନ କରାଯିବ ବୋଲି ପୂଜା କମିଟି ସଭାପତି ଦୀପକରଞ୍ଜନ ସ୍ୱାଇଁ, ସମ୍ପାଦକ କୈଳାସ ଚନ୍ଦ୍ର ନାୟକ ଓ ମୁଖ୍ୟ ଉପଦେଷ୍ଟା ଶିକ୍ଷାବୀତ ନିଳମଣୀ ସ୍ୱାଇଁ ପ୍ରମୁଖ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ